ହିଂଜିଳିକାଟୁ, ୨୧/୮(ଶେଷଦେବ ସାହୁ): ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ହିଂଜିଳିକାଟୁ ବ୍ଳକ ବିଜୁ ପକ୍କା ଘର ଯୋଜନା, ଆବାସ ଯୋଜନା କ୍ଷେତ୍ରରେ ଆର୍ଥୀକ ବର୍ଷ ୨୦୧୮-୧୯ ରେ ଉତମ ଭାବେ କାର୍ଯ୍ୟ ସମ୍ପାଦନା କରିଥିବାରୁ ହିଂଜିଳିକାଟୁ ବ୍ଳକକୁ ଶ୍ରେଷ୍ଠ ବ୍ଳକ ଭାବେ ପୁରସ୍କୃତ କରାଯାଇଛି । ଓଡ଼ିଶା ସରକାରଙ୍କ ପଂଚାୟତରାଜ ବିଭାଗ ପକ୍ଷରୁ ବୁଧବାର ଜିଲ୍ଲା ଡ଼ିଆରଡ଼ିଏ ଋଷିକୂଲ୍ୟା ଭବନ ପରିସରରେ ଏକ କର୍ମଶାଳା ଆୟୋଜନ ହୋଇଥିଲା । ଉକ୍ତ କର୍ମଶାଳାରେ ପଂଚାୟତରାଜ ବିଭାଗ ସ୍ୱତନ୍ତ୍ର ପ୍ରୋଜେକ୍ଟ ଡ଼ାଇରେକ୍ଟର ରାଜେଶ ପ୍ରଭାକର ପାଟିଲ, ହିଂଜିଳିକାଟୁ ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ହିଂଜିଳିକାଟୁ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୨୦ ଟି ରୁ ୨୨୦ ଟି ଗୃହ ନିର୍ମାଣ, ଆବାସ ଯୋଜନାରେ ୧୦ରୁ ୧୦ ଟି ଗୃହ ନିର୍ମାଣ ଏବଂ ନିର୍ମାଣ ଶ୍ରମିକ ଯୋଜନାରେ ୭୨ ରୁ ୬୯ ଟି ଆବାସ ଯୋଜନାରେ ଗୃହ ନିର୍ମାଣ କରାଯାଇଛି ।
















