ହିଞ୍ଜିଳିକାଟୁ, ୨୧/୮ (ଶେଷଦେବ ସାହୁ) :ପାଖେଇ ଆସୁଛି ଛାତ୍ର ସଂସଦ ନିିର୍ବାଚନ । ଯଦିଓ ଏହି ନିର୍ବାଚନ ପାଇଁ ବିଞପ୍ତି ପ୍ରକାଶ ପାଇନାହିଁ , ତଥାପି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଭାସ ମିଳିଛି । ଛାତ୍ର ସଂସଦ ନିର୍ବାଚନ ସକାଶେ ହିଞ୍ଜିଳିକାଟୁ ସ୍ୱୟଂଚାଳିତ ବିଞାନ ମହାବିଦ୍ୟାଳୟ କ୍ୟାମ୍ପସ ଚଳଚଂଚଳ ହୋଇପଡ଼ିଛି । ଆଶାୟୀ ପାର୍ଥୀ ମାନେ ଏବେ ଠାରୁ ସେମାନଙ୍କ ନିର୍ବାଚନ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛନ୍ତି । ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସର୍ମଥକ ମାନେ କଲେଜ ଶିକ୍ଷାର୍ଥୀଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଟାଂ ଭିଡ଼ୁଛନ୍ତି । ନୂତନ ଶିକ୍ଷାର୍ଥୀ ମାନଙ୍କୁ ଆଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ସ୍ୱାଗତ କରାଯାଉଛି । ଲିଙ୍ଗଡେ଼ କମିଶନଙ୍କ ନିୟମାନୁସାରେ ଛାତ୍ର ସଂସଦ ନିର୍ବାଚନ ପକ୍ରିୟା ପରିଚାଳିତ ହେଉଛି । ଛାତ୍ର ସହସଦର ବିଭିନ୍ନ ପଦ ପଦବୀ ସକାଶେ ଆଶାୟୀ ପ୍ରାଥୀ ତାଲିକା ଚୁଡ଼ାକ୍ତ କରିବା ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି । ସମ୍ପ୍ରତି ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ଛାତ୍ରୀଙ୍କମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇବା ସହ ନିର୍ବାଚନ ହାୱା ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । ଛାତ୍ର ସଂସଦ ନିର୍ବାଚନ ସକାଶେ ସଠିକ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଦଶହରା ଛୁଟି ପୂର୍ବରୁ ନିର୍ବାଚନ ପକ୍ରିୟା ଶେଷ ହେବାର ସମ୍ଭାବନା ରହିଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ଅଧିକାଶଂ ଛାତ୍ର ନେତା ନିଜନିଜର ରଣକୌଶଳ ଆରମ୍ଭ କରିଦେଇଛନ୍ତି । ଆଶାୟୀ ପ୍ରାର୍ଥୀ ମାନେ ପୂର୍ବ ପ୍ରସ୍ତୁତି ସହକାରେ ଶୁଭେଛା ବାର୍ତା ଜରିଆରେ ସବୁଜ ସଙ୍କେତ ଦେଇସାରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ଲାଗି ବିଞପ୍ତି ପ୍ରକାଶ ପାଇବା ପରେ କଲେଜ କ୍ୟାମ୍ପସ ଗୁଡ଼ିକରେ ନିର୍ବାଚନ ମାହୋଲ ଜୋର ଧରିବ । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହୋଇଥିବା ଯୋଗୁଁ ଉକ୍ତ କଲେଜ ଛାତ୍ର ସଂସଦ ନିିର୍ବାଚନରେ ସଭାପତି ମୁକୁଟ ପିନ୍ଧୁଥିବା ଛାତ୍ରଙ୍କ କିଛିଟା ଦବଦବା ରହିଆସୁଛି । ପ୍ରକାଶ ଥାଉକି, ବିଗତ ୨୦ ବର୍ଷ ମଧ୍ୟରେ ହିଞ୍ଜିଳିକାଟୁ କଲେଜ ନିର୍ବାଚନରେ ୬ ଥର ମନୋନୟନ ପକ୍ରିୟା ହୋଇଥିବା ବେଳେ ଅବଶିଷ୍ଟ ୧୪ ଥର ନିର୍ବାଚନ ହୋଇଛି ଏବଂ ଗତ ବର୍ଷ ସାମୁଦ୍ରିକ ଝଡ଼ ତିତ୍ଲି ପ୍ରଭାବରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିଥିଲା । ଗତ ୨୦୦୦ ମସିହା ପରଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ଉକ୍ତ ମହାବିଦ୍ୟାଳୟରେ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ବାଜିମାତ କରି ଆସୁଛନ୍ତି । ଚଳିତ ବର୍ଷ ବିଜେଡ଼ି, କଂଗ୍ରେସ ସମର୍ଥୀତ ପ୍ରାର୍ଥୀଙ୍କ ସହ ଏବିଭିପି ଆଶାୟୀ ଦୈଡ଼ରେ ଅଛନ୍ତି । ଉଲ୍ଲେଖନୀୟ ଭାବେ ଛାତ୍ରୀ ମାନେ ମଧ୍ୟ କଲେଜ ନିର୍ବାଚନରେ ନିଜକୁ ଆଗୁଆ ପ୍ରମାଣିତ କରିବାକୁ ପ୍ରୟାସ କରୁଛନ୍ତି । ଗତ ୨୦୧୭ ମସିହା ଛାତ୍ର ସଂସଦ ନିର୍ବାଚନ ସମୟରେ କଲେଜର ୨ ଗୋଷ୍ଟୀ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିବା ଯୋଗୁଁ ଚଳିତ ବର୍ଷ କିଭଳି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ସେଥିଲାଗି ମହାବିଦ୍ୟାଳୟ କର୍ତୁପକ୍ଷ କମିଟି ଗଠନ କରି ଭୋଟଦାନ ପରିଚାଳନା କରିବାକୁ ସ୍ଥିର କରିଥିବା ଜଣାପଡ଼ିଛି ।
















