ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗର ମୃତ

394
ADVERTISEMENT

କୁକୁଡାଖଣ୍ଡି,୨୧/୮(ଇ .ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା ବାଲିପଡ଼ା ନିକଟରେ ବସ୍ ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ମୃଗଟି ମୁଖ୍ୟ ରାସ୍ତା ପର ହେଉଥିବା ସମୟରେ ଦିଗପହଣ୍ଡି ଠାରୁ ବ୍ରହ୍ମପୁର ଯାଉଥିବା ଏକ ବସ୍ ମୃଗଟିକୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ମୃଗଟିର ଉଡିଯାଇଥିଲା । ବାଲିପଡ଼ା ନିକଟରେ ଜଣେ ବନ ବିଭାଗ କର୍ମଚାରୀ ନିଯୁକ୍ତି ହୋଇଥିଲେ ମଧ୍ୟ ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ କର୍ମଚାରୀଙ୍କ ଦେଖା ମିଳି ନ ଥିଲା । ଯାହାଫଳରେ ସ୍ଥାନୀୟ ବାସିନ୍ଧା ମୃଗଟିକୁ ଆହାର ବନେଇବାକୁ ଚେଷ୍ଟା କରିଥିଲେ । ଶେଷରେ ବନବିଭାଗ କର୍ମଚାରୀ ପହଂଚି ମୃତ ମୁର୍ଗକୁ ଜବତ କରି ସ୍ଥାନୀୟ ନର୍ସରୀରେ ପୋତିଦେଇଥିଲେ । ବର୍ତ୍ତମାନର ପରିସ୍ଥିତିରେ ଜଙ୍ଗଲ ଗୁଡିକ ସଫାକରିବା ଓ ପ୍ରାକୃତିକ ସମ୍ପଦ ନଷ୍ଟ ହେବା କାରଣରୁ ବିଭିନ୍ନ ବନ୍ୟ ଜନ୍ତୁ ମାନେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି ଯାହାଫଳରେ ସଡକ ଦୁର୍ଘଟଣାରେ ବିରଳ ବନ୍ୟ ପ୍ରାଣୀଙ୍କ ଜୀବନ ହାନି ହେବା ସହ ବହୁ ପଶୁ ପକ୍ଷୀ ବଳି ପଡୁଛନ୍ତି। ଏଥି ପ୍ରତି ବନ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନୀତି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

Advertisement