ଅଦିନିଆ ବର୍ଷାରେ ଖରିପ ଋତୁର କଟା ଧାନ ନଷ୍ଟ , ବଢିଲା ଚାଷୀ ଓ ଭାଗ ଚାଷୀଙ୍କ ଚିନ୍ତା 

105
ADVERTISEMENT

କୁକୁଡାଖଣ୍ଡି,୦୮/୧୨(ଇ ରଞ୍ଜନ):-କୁକୁଡାଖଣ୍ଡିଚଳିତ ବର୍ଷ ଖରିପ ଚାଷ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି l ଏହି ଚାଷ ସମସ୍ୟା ଯୋଗୁଁ ଚାଷୀ ହତାଶ ପ୍ରଥମେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ଜମିରେ ଜଳ ଅଭାବରୁ ଧାନ ଗଛ ପୋଡି ନଷ୍ଟ ହୋଇ ଜମି ଶୁଖିଲାରେ ଫାଟି ଆଁ ହୋଇ ପଡି ଯାଇଥିଲା ଯକ୍ଷହାଦ୍ୱାରା ଚାଷୀ ମୁଣ୍ଡରେ ହାତ ଦେଇ ବସି ରହିଥିବା ବେଳେ ବର୍ଷକ ଧାନ ତୋଳି ଆଣିବା ବେଳେ ବଙ୍ଗୋପସାଗରର ଲଗୁଚାପ ଜନିତ ବର୍ଷ ରେ ଧାନ କଟା ଜମିରେ ୨ ଦିନ ଲଗାଣ ବର୍ଷାରେ କଟା ଧାନ ସମ୍ପୂର୍ଣ ପାଣିରେ ଭିଜିଯାଇଥିବା ଦେଖାଦେଇଛି l ଚାଷୀ କାଟି ଆଣିବା ଲକ୍ଷ ରଖିଥିବା ଫସଲ ଜମି ବର୍ତ୍ତମାନ ଜଳ ମଗ୍ନ ଅବସ୍ଥାରେ ରହିଛି l ପ୍ରକାଶ ଥାଉକି ଚଷୀ ମାନେ ଋଣ କରି ଜମିରେ ପାଣି ଦେଇ ଫସଲକୁ ବଞ୍ଚାଇ ଥିଲେ l ସରସ ଓ ସୁନ୍ଦରଫସଲକୁ ଘରକୁ ଆଣିବା ପାଇଁ ଚାଷୀଙ୍କ ମନରେ ଆନନ୍ଦିତ ଥିଲା l ସାମୁଦ୍ରିକ ବାତ୍ୟା "ମିଗଜୋମ୍" ପ୍ରଭାବ ଯୋଗୁଁ କୁକୁଡାଖଣ୍ଡି ଅଞ୍ଚଳରେ ବୁଧବାର ପାହାନ୍ତିଆରୁ ଝିପିଝିପି ଅନବରତ ବର୍ଷା ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ଧାନ ଓ ପରିବା ଫସଲ ନଷ୍ଟ ହେବାର ଦେଖାଦେଇଛି l କୁକୁଡାଖଣ୍ଡି ଅଂଚଳର ସାତପହଣ୍ଡିଆ,ବଳରାମ ପଲ୍ଲୀ, ପାଣ୍ଡିଆଝୋଳି, ବଉଳ ଝୋଳି,ବେନ୍ଦାଳିଆ, ଅଙ୍କୁଶପୁର, ବାଲିପଡ଼ା, ଟିକରପଡା, ବୋରିଗାଁ, ଜଗଦଳପୁର, ବନ୍ଥପଲ୍ଲୀ ସମେତ ବ୍ଲକର ବହୁ ପଞ୍ଚାୟତ ର ହେକ୍ଟର ହେକ୍ଟର ଚାଷ ଜମି ପାଣି ଘେରରେ l ଅନ୍ୟପକ୍ଷରେ ସ୍ଥାନୀୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଫସଲର ସୁରକ୍ଷା ସକାଶେ ଚାଷୀଙ୍କ ମୋବାଇଲକୁ ବାର୍ତ୍ତା ପଠାଇବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଥିଲାl ତେବେ ସାମ୍ପ୍ରତିକ ସ୍ଥିତିରେ ଅନେକ ଚାଷ ଜମିରେ କଟା ଧାନ ସବୁ ଝିପିଝିପି ବର୍ଷାର ପ୍ରଭାବରେ ଓଦା ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି l ଚଳିତ ବର୍ଷ ବର୍ଷାର ଅଭାବରୂ ଚାଷ କାର୍ୟ୍ୟ ବିଳମ୍ବରେ ଆରମ ହୋଇଥିଲା l ଠିକ ସମୟରେ ବର୍ଷା ନ ହେବାରୁ ଢିପ ଜମି ଫାଟି ଆଁ କରିବା ସହ କିଛି ଫସଲ ନଷ୍ଟ ହୋଇଯାଇଥିଲା l କିନ୍ତ ଏବେ ଚାଷୀ ବଳକା ଧାନକୁ କାଟି ଜମିରେ ରଖିଥିବା ବେଳେ ଝିପିଝିପି ବର୍ଷା ଯୋଗୁଁ ଓଦା ହୋଇଯାଇଛି l ଚଳିତ ବର୍ଷ କୁକୁଡାଖଣ୍ଡି ଅଞ୍ଚଳରେ ପ୍ରାୟ ହେକ୍ଟର ହେକ୍ଟର ଜମିରେ ଧାନ ଓ ପରିବା ଫସଲ ହୋଇଥିବା ନେଇ ସ୍ଥାନୀୟ କୃଷି ବିଭାଗ ଠାରୁ ପ୍ରକାଶ ପାଇଛି l ଆଜି ତହସିଲଦାର ଏବଂ ଆର. ଆଇ ବିଭିନ୍ନ ଗ୍ରାମର କ୍ଷତି ହୋଇଥିବା ଜମିକୁ ଯାଇ ଦେଖିଥିଲେ l ସରକାର ତୁରନ୍ତ କ୍ଷତିଗ୍ରସ୍ତ  ଚାଷୀକୁ କ୍ଷତି ପୂରଣ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି l
Advertisement