Thursday, August 20, 2026
ADVERTISEMENT
Home ଆଞ୍ଚଳିକ ମାଁ ତାରାତାରିଣି ସାହିତ୍ୟ ସଂସଦ ଏବଂ କବି ନଟବର ସିଂହ ସାହିତ୍ୟ ସଂସଦର ସ୍ବତନ୍ତ୍ର ଶୀତ...

ମାଁ ତାରାତାରିଣି ସାହିତ୍ୟ ସଂସଦ ଏବଂ କବି ନଟବର ସିଂହ ସାହିତ୍ୟ ସଂସଦର ସ୍ବତନ୍ତ୍ର ଶୀତ ଆସର ଏବଂ ଆଲୋଚନା ଚକ୍ର ।

114
ADVERTISEMENT

ବ୍ରହ୍ମପୁର,୩୦/୧୧ (ଋଷିକେଶ ବେହେରା):-ମାଁ ତାରାତାରିଣି ସାହିତ୍ୟ ସଂସଦ ଏବଂ କବି ନଟବର ସିଂହ ସାହିତ୍ୟ ସଂସଦର ସ୍ବତନ୍ତ୍ର ଶୀତ ଆସର ଏବଂ ଆଲୋଚନା ଚକ୍ର ବ୍ରହ୍ମପୁରସ୍ଥିତ ଏନ୍ ଜି ଓ ହଲ୍ ଠାରେ ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇ ସାରିଛି । ପ୍ରଥମ ଅଧିବେଶନ ଆଲୋଚନା ଚକ୍ର କବି ଭଗବାନ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଶୀତ ଆସର କବି ଶରତ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇସାରିଛିି ।ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଉଭୟ ଅନୁଷ୍ଠାନର ପ୍ରତିଷ୍ଠାତା ବରିଷ୍ଠ ଆଇନଜୀବୀ ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଡକ୍ଟର କାହ୍ନୁ ଚରଣ ପାଢୀ ମୁଖ୍ୟ ବକ୍ତା ଭାବେ ଡକ୍ଟର ହରିକୃଷ୍ନ ନାୟକ ସମ୍ମାନିତ ଅତିଥି ଭାବେ କବି ଅନୁପ କୁମାର ମିଶ୍ର ଉପସ୍ଥିତ ରହି “ଚମ୍ପୁ ସାହିତ୍ୟରେ ପ୍ରଣୟାନୁଭୂତି” ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସ୍ବତନ୍ତ୍ର ସାହିତ୍ୟ ଅଧିବେଶନ ଶୀତ ଆସରରେ ମଞ୍ଚାସିନଅତିଥିଙ୍କ ସହ କବି ପ୍ରମୋଦ କୁମାର ପଣ୍ଡା, ବଂଶିଧର ସେଠି, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଇଞ୍ଜିନିୟର ପ୍ରଫୁଲ୍ଲ କୁମାର ତ୍ରିପାଠୀ,ଲିଙ୍ଗରାଜ ଜେନା,ଚନ୍ଦ୍ର ଶେଖର ମହାପାତ୍ର, ହୃଷିକେଶ ଦାଶ,ଟି. କାଳିପ୍ରସାଦ ରାଓ,ମନୋଜ କୁମାର ପାଢୀ, କବୀ ଜୋସ୍ନା ରାଣୀ ଦେବୀ,ସୂଚେତା ପାଣିଗ୍ରାହୀ, ରଜନୀ ରାଣୀ ମୁନୀ,ନିଜର ଲିଖିତ ଶୀତ ସମ୍ବନ୍ଧୀୟ କବିତା ପାଠ କରିଥିଲେ କବିତା ଗୁଡିକର ସଂଯୋଜନା କବୀ ଭାଗ୍ଯ ଲକ୍ଷ୍ମୀ ମହାରଣା କରିଥିବା ବେଳେ ଅନୁଷ୍ଠାନର ଉପସଭାପତି କବି ସୁଧିର କୁମାର ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ଅନୁଷ୍ଠାନର ସମ୍ପାଦକ କବି ଜିତେନ୍ଦ୍ର କୁମାର ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement