ନବରଙ୍ଗପୁର,୨୬/୧୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ଡ୍ୟାମ୍ ଶୁଖିଲା ପାଲଟିଯାଇଛି। ଚଳିତବର୍ଷ ପର୍ଯ୍ୟାପ୍ତ ବର୍ଷାଭାବ କାରଣରୁ ଡ୍ୟାମର ସିଂହଭାଗ ଶୁଖିଯାଇ ଥିବାବେଳେ ପାଣିରେ ଉଛୁଳୁଥିବା ଏହି ବିସ୍ତୀର୍ଣ୍ଣ ଜଳଭଣ୍ଡାର ଆଜି ଖେଳପଡ଼ିଆ ପାଲଟିଛି। ଏବଂ ଖେମୁଣ୍ଡି ରାଜାଙ୍କ ଦ୍ବାରା ନିର୍ମିତ ପୁରାତନ ଜଗନ୍ନାଥ ମନ୍ଦିରକୁ ମଧ୍ୟ ପର୍ଯ୍ୟଟକମାନେ ପାଦଚଲା ରାସ୍ତାରେ ଆସି ଦର୍ଶନ କରୁଛନ୍ତି l
















