Sunday, November 1, 2026
ADVERTISEMENT
Home ଆଞ୍ଚଳିକ ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ ୩ୟ ଶ୍ରେଣୀ ଛାତ୍ର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ।

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ ୩ୟ ଶ୍ରେଣୀ ଛାତ୍ର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ।

112
ADVERTISEMENT

ଆସିକା,o୬/୧୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅଧୀନ ମୁକୁନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଯଶସ୍ବିନୀ ପଟ୍ଟନାୟକଙ୍କ ମାଡ଼ରେ ୩ୟ ଶ୍ରେଣୀ ଛାତ୍ର ଆୟୁଷ ଜେନା ଗୁରୁତର ହୋଇ ଆସିକା ଡାକ୍ତରଖାନାରେ ଭର୍ତି । ଆୟୁଷ ବିଦ୍ୟାଳୟର ଘଣ୍ଟି ବଜାଇବା କାରଣରୁ ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଯଶସ୍ବିନୀ ଉତ୍କ୍ଷିପ୍ତ ହୋଇ ମାଡ଼ ମାରି ଠେଲି ଦେବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏବଂ ତାଙ୍କ ମୁଣ୍ଡରେ ୮ଟି ଷ୍ଟିଚ୍ ପଡ଼ିଛି। ଫଳରେ ଏହି ଘଟଣାକୁ ନେଇ ଆଜି ସକାଳେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଆୟୁଷଙ୍କ ବାପା ସ୍କୁଲ୍ ଫାଟକ ଆଗରେ ଧାରଣା ଦେବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Advertisement