ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି।

126
ADVERTISEMENT

ଭୁବନେଶ୍ୱର,o୩/୧୧ (ଡି.ଏଚ ବ୍ୟୁରୋ):-ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି। ଗଞ୍ଜାମର ୧୨ଟି ନିର୍ବାଚନମଣ୍ଡଳୀକୁ ୨୫୧.୫୦ କୋଟି ଟଙ୍କା ମିଳିଥିବାବେଳେ ଏଥିରେ ୨୨ଟି ବ୍ଲକ୍ର ୫୦୩ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସେହିଭଳି ସୁବର୍ଣ୍ଣପୁରର ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦ କୋଟି ଟଙ୍କ ମିଳିଥିବାବେଳେ ଏଥିରେ ୬ଟି ବ୍ଲକର ୧୦୯ଟି ପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ ହେବ। ଏହା ବାଦ୍ ଦୁଇଟି ଜିଲ୍ଲାରେ ଆଉ ୭୬ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧୮୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

Advertisement