କନ୍ଧମାଳ,୨୧/୮(ଏଜେନସି) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଦାରିଙ୍ଗବାଡ଼ି ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ଏକ (କେଏ 32ଏମ 3737) ଇଣ୍ଡିଗୋ କାର ଗାଡ଼ିରେ 32,300କେଜି ଗଞ୍ଜେଇ ଜବତ କରିବା ସହ ଚାରି ଜଣକୁ ଗିରଫ କରିଛି ପୋଲିସ l ଗିରଫ ବ୍ୟକ୍ତି ମାନେ ହେଲେ ବାଲିଗୁଡା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ସାଉଁଟିକିଆ ଗ୍ରାମର ଗୁନୁ ମଳିକ, ବିଲିୟନ ଡିଗାଲ, ବାପି ଡିଗାଲ ଓ ବାଲିଗୁଡା ନଗର ଅନ୍ତର୍ଗତ ପାଟଖଣ୍ଡା ସାହିର ମହେନ୍ଦ୍ର ମଳିକ l ପୋଲିସ ଏହି ଚାରି ଜଣକୁ ଗିରଫ କରି କେଶ ନଂ 80/19 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ଏହା କନ୍ଧମାଳର ଅବକାରୀ ବିଭାଗର ଦୁର୍ବଳ ଯୋଗୁଁ ବାରମ୍ବାର ଗଂଜେଇ ଚୋରା ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l
















