ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

337
ADVERTISEMENT

କୁକୁଡାଖଣ୍ଡି,୨୦/୮(ଇ ରଞ୍ଜନ): ସଦରଥାନା ଅନ୍ତର୍ଗତ ଲୁଚାପଡା ଠାରୁ ଗୁରୁଣ୍ଠିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଅପରlନ୍ନ ୨ଟା ସମୟରେ ଏକ ବୋଲେରୋ ପିକ୍ଅପ ସହ ଏକ ବାଇକ ଧକ୍କା ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ନେଇ ନିମଖଣ୍ଡୀ ଫାଣ୍ଡି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି l ଆହତ ଦୁଇ ଯୁବକ ନିକଟସ୍ଥ ଝାଡ଼ାଙ୍କୁଲି ଗ୍ରାମର ହୋଇଥିବା ବେଳେ ସେମାନଙ୍କଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଥିବା ବେଳେ ଦୁର୍ଘଟଣା ଘଟେଇଥିବା ବୋଲେରୋ ପିକ୍ଅପର ଡ୍ରାଇଭରକୁ ଫାଣ୍ଡିରେ ଅଟକ ରଖାଯାଇଥିବା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଶତପଥୀଙ୍କ ଠାରୁ ସୂଚନା ମିଳିଛି l

Advertisement