Saturday, August 22, 2026
ADVERTISEMENT
Home ଆଞ୍ଚଳିକ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଛି।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଛି।

132
ADVERTISEMENT

ଭୁବନେଶ୍ୱର ,୧୯/୧୦(ଡି.ଏଚ ବ୍ୟୁରୋ):-ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ରଘୁବରଙ୍କ ନିଯୁକ୍ତି ନେଇ ଆଜି ରାତିରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କଠାରୁ ରଘୁବର ନୂଆ ଦାୟିତ୍ବ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଗତ ମେ ମାସ ୩୦ ତାରିଖରୁ ଗଣେଶୀ ଲାଲ୍ଙ୍କ କାର୍ଯ୍ୟକାଳ ଶେଷ ହୋଇଛି ଏବଂ ସେ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ। ଏହା ସହିତ ତେଲେଙ୍ଗାନା ବିଜେପି ନେତା ଇନ୍ଦ୍ରସେନା ରେଡ୍ଡି ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ଆଜି ନିଯୁକ୍ତି ଦିଆଯାଇଛି।

Advertisement