ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାତାୟାତ ସମୟରେ ଭାରୀଯାନକୁ କିଛି ଘଣ୍ଟା ନିମନ୍ତେ ବାରଣ ନିମନ୍ତେ ଏସପିଙ୍କୁ ଅନୁରୋଧ କଲେ ଲୋଚାପଡା ସମିତି ସଭ୍ୟ l

136
ADVERTISEMENT

କୁକୁଡାଖଣ୍ଡି,o୧/୧୦(ଇ .ରଞ୍ଜନ):-ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର,ନିମଖଣ୍ଡି,ଲୋଚପୋଡ଼ା, ବ୍ରଜନଗର,ଗେଟ ବଜ଼ାର ପ୍ରଭୁତି ଅଞ୍ଚଳ ଦିନ ୯ ଠାରୁ ରାତ୍ର ୯ ପର୍ଯ୍ୟନ୍ତ ଶ୍ରମିକ, ବିଦ୍ୟାଳୟ ଓ ଟ୍ୟୁସନ,କଲେଜ, ଶିଶୁବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ସମେତ କର୍ମଯିବି,ଦୋକାନୀ ମାନେ ବଜ଼ାର ଗ୍ରସ୍ତ ଆଦି ଲୋକ ଯାଉଥିବା ବେଳେ ରାସ୍ତା ଦିନ ତମାମ ଏହି ରାସ୍ତା ଜନଗହଳି ପୂର୍ଣ୍ଣ ରହିଆସୁଅଛି l ରାସ୍ତାରେ ଭାରୀଯାନରେ ବିନା ହେଲ୍ପରରେ ବେଧଡକ ବାଲି ଟ୍ରକ ପ୍ରଭେସ ରେ ସମସ୍ୟା ବହୁଳ ମାତ୍ରାରେ ରାସ୍ତା ଜାମ ହୋଇ ଯାତାୟାତରେ ବାଧା ସୃଷ୍ଟି ହୋଇ ଦୁର୍ଘଟଣା ବୃଦ୍ଧି ପାଉଛି l ଏହି ରାସ୍ତାରେ ପୂର୍ବରୁ ଏକାଧିକ ଲୋକଙ୍କ ଦୃଘଟଣାରେ ମୃତ୍ୟୁ ବି ହୋଇଯାଇଛି l ଏହା ମଧ୍ୟରେ ଲୁଚାପଡା ଛୁଆଁ ବନ୍ଧ ନିକଟରେ ଟେଣ୍ଟଭିଡି ପରିବା ବିକ୍ରି ଯୋଗୁଁ ପାର୍କିଂ ଅଭାବରୁ ରାସ୍ତାରେ ଗାଡି ମୋଟର ଜମୁଛି ଏବଂ ବ୍ରଜନଗର ଠାରେ ଠିପି ବନ୍ଦ ମଦ ଦୋକାନ ଠାରେ ଠିପି ଖୋଲି ମଦପାନ କରି ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନ ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ବୃଦ୍ଧି ପାଉଛି l ଏସମସ୍ତ ଦିଗରେ ପୁଲିସର ହସ୍ତକ୍ଷପ ନିତ୍ୟାନ୍ତ ଆବଶ୍ୟକତା ଜରୁରୀ l ଏନେଇ ଲୋଚାପଡା ସମିତିସଭ୍ୟ ତଥା ବିଜେପି ନିମଖଣ୍ଡି ମଣ୍ଡଳ ସଭାପତି ଚଣ୍ଡୀଚରଣ ସାହୁ ଶୁକ୍ରବାର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ ଙ୍କ କାର୍ଯ୍ୟାଳୟ କୁ ଯାଇ ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ଯିବା ଆସିବା ସମୟରେ କିଛି ଘଣ୍ଟା ନିମନ୍ତେ ସ୍କୁଲଗାଡିକୁ ଛାଡି ଅନ୍ୟ ବାଲିବୋଝଇ ଗାଡିମାନଙ୍କର ପ୍ରବେଶକୁ ରୋକ ଲଗାଇ ବ୍ରଜନଗର ଠାରୁ ନିମଖଣ୍ଡି ପର୍ଯ୍ୟନ୍ତ ପୁଲିସ ପେଟ୍ରଲିଂ କରି ଦୈନିକ ରାସ୍ତା ଜାମକୁ ଏଡାଇବା ନିମନ୍ତେ ଏସପିଙ୍କୁ ଅନୁରୋଧ କରିଥିଲେ l ଏସପି ଶ୍ରୀ ବିବେକ ଏହାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇ ସଦର ଏସଡିପିଓ ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି l

Advertisement