ଯୁବକଙ୍କୁ ହତ୍ୟା କରିଥିବା ଘଟଣାର ପର୍ଦ୍ଦାଫାସ୍ କରିଛି ପାଟପୁର ଥାନା ପୁଲିସ।

120
ADVERTISEMENT

ବ୍ରହ୍ମପୁର,୨୬/୯(ଡି.ଏଚ ବ୍ୟୁରୋ):-ସାନଖେମୁଣ୍ଡି ବ୍ଲକ୍ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନନଗର ଗ୍ରାମ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଘଟଣାର ପର୍ଦ୍ଦାଫାସ୍ କରିଛି ପାଟପୁର ଥାନା ପୁଲିସ। ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୃନ୍ଦାବନନଗର ଗ୍ରାମର କୁନା ଦଳେଇ ଓ ପୋଡ଼ାମାରିର ଏସ୍. ମାଲେସୁ ପାତ୍ର । ଏବଂ ସେମାନଙ୍କ ଠାରୁ ଏକ କଟୁରୀ ଜବତ ହୋଇଛି।

Advertisement