Friday, October 30, 2026
ADVERTISEMENT
Home ଆଞ୍ଚଳିକ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଲେ କଂଗ୍ରେସ ଓ ବିଜେପି ନେତା l

ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଲେ କଂଗ୍ରେସ ଓ ବିଜେପି ନେତା l

164
ADVERTISEMENT

କୁକୁଡାଖଣ୍ଡି,୧୬/୯(ଇ .ରଞ୍ଜନ):-ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆହ୍ଵାନକ୍ରମେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୩ଦଫା ଦାବିପୂରଣ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର ୫ ଗୁରୁଦିବସରେ ରାଜ୍ୟ ସରକାର ଦାବିପୂରଣ କରିବେ ବୋଲି ଆଶା କରିଥିଲେ। କିନ୍ତୁ ଦାବିପୂରଣ ନହେବାରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଭାପତି ସାରଥୀ ପାତ୍ରଙ୍କ ଅଧ୍ଯକ୍ଷତାରେ ୬ ଦିନ ବ୍ୟାପି ଶିକ୍ଷକ ଶିକ୍ଷୟତ୍ରୀ ଖରା ବର୍ଷା ସହ୍ୟ କରି ଦାବି ପୂରଣ ନହେବା ପର୍ଯ୍ୟନ୍ତ ନିଜ ଜିଦରେ ଅଡିବସି ଦାବିପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

ଶିକ୍ଷକଙ୍କ ନିକଟକୁ ଯାଇ ବିଜେପି ଓ କଂଗ୍ରେସ ନେତା ଶ୍ରୀକାନ୍ତ ପାଢ଼ୀ, ଓ ଦିଗପହଣ୍ଡି ବିଧାୟକ ଆଶାୟୀ ପାର୍ଥି ସାକା ସୁଜିତ ଏବଂ ମଣ୍ଡଳ ସଭାପତି ଏ ନନ୍ଦକିଶୋର ଶିକ୍ଷକ ଓ କଂଗ୍ରେସଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ସେମାନଙ୍କ ଧାରଣାରେ ଯୋଗଦେଇ ରାଜ୍ୟ ସରକାର କରୁଥିବା ଶିକ୍ଷକ ମାନଙ୍କ ପ୍ରତି ପାତରଅନ୍ତରକୁ ବିରୋଧ କରିବା ସହ ପୁରୁଣା ପେନସନ ଏବଂ ସରକାରଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବିଭିନ୍ନ ସ୍ଲୋଗାନ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦେଇଥିବା ୩ ଦଫା ଦାବି କୁ ଶୀଘ୍ର ଲାଗୁକରିବାକୁ ଦାବି ରଖିଥିଲେ l ଏହି ସଭାରେ ବ୍ଲକ ଶିକ୍ଷକ ଶିକ୍ଷୟତ୍ରୀ ସଙ୍ଘ ସଭା ନେତ୍ରୀ ଏ ପୁଷ୍ପଲତା,ପିଣ୍ଟୁ ପାଣିଗ୍ରାହୀ,ହେମନ୍ତ ସେଠି,କରାମଣି ପାତ୍ର,ବିଷ୍ଣୁ ନାୟକ, ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତରେ ସରକାର ଦାବି ପୂରଣ ନିମନ୍ତେ ବିଭିନ୍ନ ନାରା ଦିଆଯାଇଥିଲା l

Advertisement