Thursday, October 29, 2026
ADVERTISEMENT
Home ଆଞ୍ଚଳିକ ସେକ୍ସ ରାକେଟ ଠାବ କରିଛି ନିମଖଣ୍ଡି ପୁଲିସ l

ସେକ୍ସ ରାକେଟ ଠାବ କରିଛି ନିମଖଣ୍ଡି ପୁଲିସ l

318
ADVERTISEMENT

ବ୍ରହ୍ମପୁର,୧୪/୯(ଇ ରଞ୍ଜନ):-କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତିନଗର ପ୍ରଥମ ଲାଇନ ବ୍ୟାଙ୍କ କଲୋନୀ ଠାରେ ଆଜି ସକାଳୁ ଏକ ଘରୁ ସେକ୍ସ ରାକେଟକୁ ଠାବ କରି ୩ ଝିଅ ଓ ୨ ପୁଅଙ୍କୁ ଗିରଫ କରି ଘରକୁ ସିଲ କରି ଘର ମାଲିକଙ୍କୁ ଅଟକ ରଖି ପଚାରାଉଚରା କରିଛି ନିମଖଣ୍ଡି ଥାନା ପୁଲିସ l

ମିଳିଥିବା ସୂଚନା ଅନୁଯାଇ ଅମୁଲ୍ୟ ପାଢ଼ୀ ନାମକଙ୍କ ଘରେ ଦୀର୍ଘ ୨ ମାସ ଧରି କିଛି ଯୁବତୀ ଓ ଯୁବକ ରହି ଆସୁଥିବା ବେଳେ ଘର ମଧ୍ୟରେ ବିଭିନ୍ନ ଅନ୍ନୌତିକ କାର୍ଯ୍ୟ ଚାଲିଥିବା ସହ ଘର ମଧ୍ୟରେ ମଦ୍ୟପାନ କରି କିଛି ସ୍ଥାନୀୟ ଓ ଆନ୍ଦ୍ରର ଯୁବତୀଙ୍କୁ ନେଇ ସେଠାରେ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିବା ବେଳେ କୌଣସି ସନ୍ଧାନ ପାଇ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ,ଏସଆଇ ରଶ୍ମିତା ସାମଲ ଏବଂ ପୁଲିସ ଟିମ ଘଟଣାସ୍ଥଳରେ ପହଂଚି ବ୍ରହ୍ମପୁର ଅଞ୍ଚଳର ୨ ଯୁବକ କିରଣ ଜେନା(୧୯)ଏବଂ ଅବଦୁଲ କାଲିମ(୨୨)ଗିରଫ କରି ୨୫୫/୨୩ ମାମଲା ରୁଜୁ କରି ୩ ଯୁବତୀ ବ୍ରହ୍ମପୁର ଗେଟ ବଜାର ଅଞ୍ଚଳର ୨ ଏବଂ ଆନ୍ଦ୍ରପ୍ରଦେଶ ଇଚ୍ଛାପୁରମ ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଂଯୋତ ଅବସ୍ଥାରେ ଥିବା ବେଳେ ଘରୁ ଉଦ୍ଧାର କରି ମେଡିକାଲ ଚିକିତ୍ସା କରାଯିବା ସହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ଲକ୍ଷ୍ୟ ରଖାଯାଇଥିବା ପୁଲିସ କହିଛି l ଘର ମଧ୍ୟରୁ ୫ ରୁ ଉର୍ଦ୍ଧ ମଦ ବୋତଲ, ନିରୋଦ ପକେଟ ଓ ଶାରୀରିକ ସମ୍ପର୍କ ଜାତକରୁଥିବା ଔଷଧ ବଟିକା ଜବତ ସହ ଘର ମାଲିକ ଅମୁଲ୍ୟ ପାଢ଼ୀଙ୍କୁ ଅଟକ କରିଛି ପୁଲିସ l

Advertisement