Wednesday, October 28, 2026
ADVERTISEMENT
Home ଆଞ୍ଚଳିକ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ମୁଖ୍ୟ ଆକର୍ଷଣ ପାଲଟିଛି ମାଣ୍ଡିଆ ଖାଦ୍ୟ l

ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ମୁଖ୍ୟ ଆକର୍ଷଣ ପାଲଟିଛି ମାଣ୍ଡିଆ ଖାଦ୍ୟ l

148
ADVERTISEMENT

କୁକୁଡାଖଣ୍ଡି,୦୮/୯(ଇ ରଞ୍ଜନ):– କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଉଚ୍ଚ ପ୍ରାଥମିକ (ୟୁଜିଏଚସି) ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପଣ୍ଡାଙ୍କ ସଭାପତିତ୍ବରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଚଳିତ ବର୍ଷ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ବ୍ଲକର ପ୍ରାୟ ୨୨ ଟି ବିଦ୍ୟାଳୟର ମଧ୍ୟରୁ ହାଇସ୍କୁଲ ୧୧ ଏବଂ ପ୍ରାଇମେରୀ ବିଦ୍ୟାଳୟର ୧0 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ବିଜ୍ଞାନ ପ୍ରଶିକ୍ଷିକ, ଓ ସିଆରସିସି ଯୋଗ ଦେଇଥିଲେ ବ୍ଲକର ୨୨ ଟି ଛାତ୍ରଛାତ୍ରୀ ନିଜର ପାରଦର୍ଶିତା ଜର୍ଜ ମାନଙ୍କ ଠାରେ ପ୍ରଦର୍ଶନ କରିଥିବା ବେଳେ ସେଥି ମଧ୍ୟରୁ ବଉଳଝୋଳି ବିଦ୍ୟାଳୟର ରିତେଶ କୁମାର ଭୂୟାଁ ନାମକ ଜଣେ ଛାତ୍ର ହିଁ ପ୍ରଥମ ସ୍ଥାନ ଅଧିକାର କରି ଜର୍ଜ ମାନଙ୍କ ଠାରୁ ମାନ ପତ୍ର ଗ୍ରହଣ କରିଥିଲେ l ବର୍ତ୍ତମାନ ବିଜ୍ଞାନ ଯୁଗ ଧାନ ଗହମ ଯେଉଁଭଳି ଚାଷ କାର୍ଯ୍ୟ କରାଯାଉଛି l

ସେହିପରି ଭାରତରେ ମାଣ୍ଡିଆ ଚାଷରେ ତୃତୀୟ ନଂରେ ପ୍ରୋଟିନ ଓ କୀଟନାଶକ ବିହୀନ ହୋଇ ରହିଛି l ଏହି ମାଣ୍ଡିଆ ଚାଷ ଧାନ ଓ ଗହମ ଚାଷ ଠାରୁ ଭିନ୍ନ ଏଥିରେ ଅଧିକାଂଶ ଜଳ କିମ୍ବା କୀଟନାଶକ ଔଷଧ ପ୍ରୟୋଗ ହୋଇନଥିବା କାରଣ ରୁ ଏହା ମନ୍ୟୁଷସବ୍ୟତା ରେ ପାଇଁ ଫଳପ୍ରଦ ଖାଦ୍ୟଶସ୍ୟ ଭାବେ ଗତିକରୁଛି l ଏହା ଆଗାମୀ ଦିନ ମାନଙ୍କରେ ସ୍ୱଳ୍ପ ଟଙ୍କାରେ ଚାଉଳ ଗହମ ପରି ମାଣ୍ଡିଆ ଯୋଗାଇବା ପାଇଁ ସରକାର ଲକ୍ଷ ରଖିଛନ୍ତି l ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଏହି ଖାଦ୍ୟ ଲୋକଙ୍କ ପ୍ରିୟ ଖାଦ୍ୟ ହୋଇରହିଛି l ଏହି ଅନ୍ବେଶଣ କରି ନିଜ ପାଇଁ ମାଣ୍ଡିଆ ପୃଷ୍ଟିସାର ଉପଯୋଗୀ ଖାଦ୍ୟ ଭାବେ ରହିଛି ଏହି ଖାଦ୍ୟ କୀଟନାଶକ ବିନା ପ୍ରଭାବ ରେ ପ୍ରୋଟିନ ଜାତୀୟ ଖାଦ୍ୟ ଆହାରଣ କରି ମଣିଷ ତାର ପାଚନ କ୍ରିୟା ଶକ୍ତି ବୃଦ୍ଧି କରିପାରିବା ରେ ସାହାଯ୍ୟ କରେ l ଏହା ସହ ଶରୀରର ସୁସ୍ଥ ରଖିବା ରେ ସହାୟକ ହୋଇ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରିଥାଏ l ମନୁଷ୍ୟ ଶରୀରରେ ଉତ୍ପର୍ଣ ହୋଇଥିବା ମଧୁମେୟ ଭଳି ଘାତକ ରୋଗ କୁ ମଧ୍ୟ ମାଣ୍ଡିଆ ଖାଦ୍ୟ ଜରିଆରେ କିଭଳି ବିଲୁପ୍ତ କରାଯିବ ତାହା ସମ୍ବନ୍ଧରେ ଅତିଥି ମାନେ ପ୍ରଶିକ୍ଷଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ l ଏଥିରେ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତ୍ରିନାଥ ମଲ୍ଲିକ, ସୌରୀ ଶଙ୍କର ବେହେରା ଯୋଗଦେଇଥିବା ବେଳେ ଜର୍ଜ ଭାବେ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ କେ. କ୍ରିଷ୍ଣା ରାଜୁ ପାତ୍ର, ଅଧ୍ୟାପିକା ପ୍ରିୟରଂଜନନି ମହାରଣା, ବ୍ଲକ ଶିକ୍ଷା ବିଭାଗର କର୍ଡିନେଟର ଭବାନୀ ଶଙ୍କର ପଟ୍ଟନାୟକ, ସିଆରସି ଓ ବିଦ୍ୟାଳୟର ହାଇସ୍କୁଲ ଓ ଓପରପରିମେରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଚଳିତ ବର୍ଷ ବିଜ୍ଞାନ ଆଲୋଚନା ଚକ୍ରକୁ ସମ୍ପାଦନ କରିଥିଲେ l

Advertisement