Wednesday, October 28, 2026
ADVERTISEMENT
Home ଆଞ୍ଚଳିକ ଦିଗପହଣ୍ଡି ମାଟିରେ ଦିବଂଗତ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାର୍ଥିବ ଶରୀରର ଶେଷକୃତ ସମ୍ପର୍ନ୍ନ, କୁକୁଡାଖଣ୍ଡିରେ ସାମ୍ବାଦିକ...

ଦିଗପହଣ୍ଡି ମାଟିରେ ଦିବଂଗତ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାର୍ଥିବ ଶରୀରର ଶେଷକୃତ ସମ୍ପର୍ନ୍ନ, କୁକୁଡାଖଣ୍ଡିରେ ସାମ୍ବାଦିକ ଗଣ ତରଫରୁ ଶୋକସଭା l

138
ADVERTISEMENT

କୁକୁଡାଖଣ୍ଡି,୦୪/୯(ଇ ରଞ୍ଜନ):-ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ଦିବଂଗତ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ୨ ଦିନରେ କର୍ମକ୍ଷେତ୍ର ନିର୍ବାଚନ ମଣ୍ଡଳୀରେ ପାର୍ଥବ ଶରୀର ଅଣାଯାଇଥିଲା l ଦିଗପହଣ୍ଡି ଖେମୁଣ୍ଡି କଲେଜ କପା ମଣ୍ଡି ନିଜ ପୈତୃକ ଜମିରେ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ ତାଙ୍କ ସମର୍ଥକ ଓ ପରିବାର ବର୍ଗ l ପରେ ସୂର୍ଯ୍ୟଙ୍କ ପୁତ୍ର ବିପ୍ଳବ ପାତ୍ର ମୁଖାଅଗ୍ନି ଦେଇ ଶେଷକୃତ ସମ୍ପର୍ନ୍ନ କରିଥିଲେ l

ଏଥିରେ ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ରାଜନେତା ଓ ବହୁ ବିଜେଡି, କର୍ମୀ ଯୋଗଦାନ କରିଥିଲେ l ଏହା ତରଫରୁ କୁକୁଡାଖଣ୍ଡି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ତରଫରୁ ଆଜି କୁକୁଡାଖଣ୍ଡି ବ୍ଲକ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଶୋକ ସଭା ଅନୁଷ୍ଠିତ କରାଯଇଥିଲା l

ଏଥିରେ ବ୍ଲକର ମୁଖ୍ୟ କିରାଣୀ ସାହେବ ଶବର ଏବଂ ଭିନ୍ନକ୍ଷମ ନେତା କେ. ମଣିବାବୁ ଓ ବି ଆର ଟି ଗୌରାଙ୍ଗ ଚରଣ ପାଣିଗ୍ରାହୀ, ରାଜେଶ୍ୱରୀ ପାତ୍ର, ପୁଷ୍ପାଞ୍ଜଳୀ ମାଝୀ ବ୍ଲକ ସାମ୍ବାଦିକ ମନୋଜ କୁମାର ପାତ୍ର,ହିମାଂଶୁ ପାଢ଼ୀ,ସନ୍ୟାସୀ ମହାରଣା, ଇ. ରଞ୍ଜନ, ପ୍ରତାପ ସାହୁ, ଉଷାକାନ୍ତ ପାତ୍ର,ବିଭୁ ନନ୍ଦନ ପଣ୍ଡା,ଇପିଲି ପୂର୍ଣ୍ଣ ଚନ୍ଦ୍ର ଙ୍କ ସମେତ ବ୍ଲକର ଅନ୍ୟ କର୍ମଚାରି ମାନେ ଉପସ୍ଥିତ ରହି ଦିବଂଗତ ନେତା ସୂର୍ଯ୍ୟ ପାତ୍ରଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇ ସୂର୍ଯ୍ୟଙ୍କ କାର୍ଯ୍ୟାକଳାପକୁ ଭୁୟସୀ ପ୍ରଶଂସା କରାଯାଇଛି l ଏବଂ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l

Advertisement