ମେଡିକାଲ, ଇଞ୍ଜିନିୟରିଂ କଲେଜରେ ଆଡ୍ମିସନ୍ କରାଇବା ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ୍ ।

118
ADVERTISEMENT

ଭୁବନେଶ୍ୱର,o୩/୯(ଡ଼ି.ଏଚ ବ୍ୟୁରୋ):-ମେଡିକାଲ, ଇଞ୍ଜିନିୟରିଂ କଲେଜରେ ଆଡ୍ମିସନ୍ କରାଇବା ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ବର କମିସନରେଟ୍ ପୁଲିସ। ଏଥିସହ ଏହି ରାକେଟର ୨ ଜଣଙ୍କୁ ଗିରଫ କରିଥିବାବେଳେ ସେମାନେ ହେଲେ ଜଗତସିଂହପୁର ଥାନା ଓଡ଼ିଶୋ ଅଞ୍ଚଳର ରାଜେଶ ରୋସନ ସାହୁ ଓ ମୟୂରଭଞ୍ଜ ଗଦଶୀ ଥାନା ଡୁକୁରା ଅଞ୍ଚଳର ଅଭିନନ୍ଦନ ବାରିକ । ଏବଂ ସେମାନଙ୍କଠାରୁ ନଗଦ ୫ ଲକ୍ଷ ୪୭ ହଜାର ଟଙ୍କା, ଗୋଟିଏ ଏମ୍ଜି ହେକ୍ଟର ଓ ବାଲେନୋ କାର୍, ୭ ମୋବାଇଲ ଫୋନ୍, ଲାପ୍ଟପ୍, ପ୍ରିଣ୍ଟର, ସହ ଆଡ୍ମିସନ୍ ସଂକ୍ରାନ୍ତୀୟ କାଗଜପତ୍ର ଆଦି ଜବତ ହୋଇଛି l

Advertisement