ବ୍ରହ୍ମପୁର,୦୨/୯(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ମୃତଦେହ ଛାଡ଼ିବା ପାଇଁ ସମ୍ପର୍କୀୟଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଆଉଟ୍ସୋର୍ସିଂରେ ଥିବା ୪ଜଣ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଛି। ଆଇସିୟୁରୁ ମୃତଦେହ ବାହାର କରିବା ପାଇଁ ଜଣେ ଆଟେଣ୍ଡାଣ୍ଟ୍ ୫ଶହ ଟଙ୍କା ମାଗିବା ନେଇ ମୃତକଙ୍କ ପରିବାରବର୍ଗ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ l ଏବଂ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

















