୫ଟି ସଚିବଙ୍କ ଗ୍ରସ୍ତକୁ ନେଇ ଜନପ୍ରତିନିଧି ମାନଙ୍କ ପ୍ରସ୍ତୁତି ବୈଠକ l

164
ADVERTISEMENT

କୁକୁଡାଖଣ୍ଡି,୨୪/୮(ଇ.ରଞ୍ଜନ):-କୁକୁଡାଖଣ୍ଡି ଜଳସେଚନ ଡାକ ବଙ୍ଗଳା ଠାରେ ଆଜି ବିଜେଡି କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଆସନ୍ତା ୨୫ ତାରିଖରୁ ୨୭ ତାରିଖ ସଚିବ ଆସିବା କାର୍ଯ୍ୟକ୍ରମ ରହିଛି ତାଙ୍କ ଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ବା ୫ଟି ସଚିବ ଭି. କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ୩ ଦିନିୟା ଗ୍ରସ୍ତ ଥିବା ବେଳେ ୨୭ ତାରିଖ ଦିଗପହଣ୍ଡି ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି l ଗ୍ରସ୍ତ ବେଳେ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ପଂଚାୟତ ର ଅବ୍ୟବସ୍ଥା ଥିବା ଗ୍ରାମ କୁ ବ୍ୟବସ୍ଥା କରି କିପରି ବିକାଶ ମୂଳକ ଦିଗରେ କାର୍ଯ୍ୟ ସମାପନ ହେବ ଏହି ବିଷୟ କୁ ନେଇ ସମସ୍ତ ସରପଞ୍ଚ ସମିତି ସଭ୍ୟଙ୍କୁ ନେଇ ଆଲୋଚନା କରି ବିକାଶ କାର୍ଯ୍ୟକୁ ଅଗ୍ରଗତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସମସ୍ତ ସରପଞ୍ଚ ଦାବିପତ୍ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କୁ ସଚିବଙ୍କ ଜରିଆରେ ହସ୍ତାନ୍ତର ନିମନ୍ତେ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପାତ୍ରଙ୍କୁ ସରପଞ୍ଚ ମାନେ ଦାବିପତ୍ର ଦେଇଥିଲେ l

ଏହା ସହ ଦିଗପହଣ୍ଡି ଖେମୁଣ୍ଡି କଲେଜ ଠାରେ ହେବାକୁ ଥିବା ଏକ ସଭା ଆୟୋଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି ଏହି କାର୍ଯ୍ୟକ୍ର ରେ ଜନଗହଳି କିପରି ସୃଷ୍ଟି ହେବା ନେଇ ଏହି ପ୍ରସ୍ତୁତି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଏସଏଚଜି ମହିଳା ମାନଙ୍କ ଜରିଆରେ ପ୍ରତି ପଞ୍ଚାୟତରେ ଅଧିକରୁ ଅଧିକ ମହିଳାଙ୍କୁ ସଂଘଠିତ କରି ସଭା ସ୍ଥଳରେ ଚହଳ ସୃଷ୍ଟି ଲକ୍ଷ ଧାର୍ଯ୍ୟ ଥିବା କୁହାଯାଇଛି l ପ୍ରତି ପଂଚାୟତ ମାନଙ୍କ ରେ ବସ ମାଧ୍ୟମରେ ମହିଳା ଓ ପୁରୁଷ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ସଭା ସ୍ଥଳକୁ ପହଂଚିବେ ତାହା ଉପରେ ଆଲୋଚନା ସୃଷ୍ଟି ହୋଇଥିଲା l ଏହି କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଅଧକ୍ଷା ବିଷ୍ନୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ ନାଥ ବେହେରା,ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, କୈଳାଶ ବିଷୟୀଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ l

Advertisement