ଭୁବନେଶ୍ୱର,୨୨/୮(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀରେ କ୍ରମାଗତ ଭାବ ବଢ଼ିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ୧୩୦୦ ରୁ ଉର୍ଦ୍ଧ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ କ୍ୟାପିଟାଲ୍ ହସ୍ପିଟାଲରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି, ବାରଣ୍ଡାରେ ମଧ୍ୟ ସେତିକି ଶୋଇଛନ୍ତି।















