Wednesday, October 28, 2026
ADVERTISEMENT
Home ଆଞ୍ଚଳିକ ବେଗୁନିଆପଡାରେ 5T ସଚିବଙ୍କ ଗସ୍ତ ପୂର୍ବରୁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ତତ୍ପରତା l

ବେଗୁନିଆପଡାରେ 5T ସଚିବଙ୍କ ଗସ୍ତ ପୂର୍ବରୁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ତତ୍ପରତା l

151
ADVERTISEMENT

ବେଗୁନିଆପଡା,୨୦/୮(ସୂର୍ଯ୍ୟ ନାରାୟଣ ବଡୁ):-5T ସଚିବ ଭି. କେ. ପାଣ୍ଡିଆନ ଆସନ୍ତା ୨୫ ତାରିଖରେ ବେଗୁନିଆପଡା ବ୍ଲକ ଗସ୍ତ କରିବା ଜଣାପଡିଛି ! ଏଥି ପାଇଁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି ! ଶୁକ୍ରବାର ଦିନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଗସ୍ତ କରି ବ୍ଲକ ର ଆଦର୍ଶ ବିଦ୍ୟାଳୟ ନିକଟ ବାଲିବଣ ନିକଟରେ ଥିବା ଶନି ମନ୍ଦିର ନିକଟ ପଡିଆ କୁ ଯାଇ ଦେଖିଥିଲେ ! ଏଠାରେ ସଭା ସ୍ଥଳ ଏଠାକୁ ପ୍ରବେଶ ପଥ, ଜନସାଧାରଣ ଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥ, ହେଲି ପେଡ ଜନସାଧାରଣ ଙ୍କ ରହଣି ସ୍ଥଳ ସହ ଗାଡି ବସ ପାର୍କିଂ ସ୍ଥଳ ବୁଲି ଦେଖି ଥିଲେ! ତାଙ୍କ ସହ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ ! ଏହା ପରେ ଗଞ୍ଜାମ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ମଧ୍ୟ ଏହି ସ୍ଥାନ କୁ ଗସ୍ତ କରି ସ୍ଥିତି ପରଖି ଥିଲେ ! ଏହି ସମୟରେ କୋଦଳା ତହସିଲଦାର ସସ୍ମିତା ଶତପଥୀ, ଥାନା ଅଧିକାରୀ, ଏବିଡ଼ିଓ ନିରଞ୍ଜନ ବେହେରା, କନିଷ୍ଟ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ !

Advertisement