ଚାଷ ଜମିରେ ପାୱାର ଟ୍ରେଲର ଗାଡି ତଳେ ଚାପି ହୋଇ ଚାଷୀଙ୍କ ମୃତ୍ୟୁ l

191
ADVERTISEMENT

କୁକୁଡାଖଣ୍ଡି,୧୯/୮(ଇ ରଞ୍ଜନ):-ଚାଷ ଜମିରେ ପାୱାର ଟ୍ରେଲର ଗାଡି ତଳେ ଚାପି ହୋଇ ଚାଷୀଙ୍କ ମୃତ୍ୟୁ l କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ପୁରୁଣା ଯୋଗିଆପଲ୍ଲୀ ଗ୍ରାମରେ ପାୱାର ଟ୍ରେଲର ଟ୍ରାକଟର ତଳେ ଚାପି ହୋଇ ଚାଷୀଙ୍କ ଘଟଣା ସ୍ଥଳ ରେ ମୃତ୍ୟୁବରଣ କରିଛନ୍ତି l ମୃତ୍ୟୁ ଚାଷୀ ଜଣକ ଗୁରୁଣ୍ଠି ପଂଚାୟତ ଅନ୍ତର୍ଗତ ପୁରୁଣା ଯୋଗିଆ ପଲ୍ଲୀ ଗ୍ରାମର ଜମି ମାଲିକ ଭୀମସେନ ପାଢ଼ୀ l ମିଳିଥିବା ସୂଚନା ଅନୁଯାଇ ଭୀମସେନଙ୍କ ଚାଷ ଜମି ରୁ ଆଜି ସନ୍ଧ୍ୟା ସମୟରେ ପାୱାର ଟ୍ରେଲର ଟ୍ରାକଟର ହୁଡ଼ା ଉଠାଉଥିବା ବେଳେ ଭୀମସେନ ତାଙ୍କ ଟୋବାଲ ଗାଡିକୁ ଭିଡି ସାମ୍ନାପଟୁ ଲଗାଇ ଉଠାଉଥିବା ବେଳେ ହଟାତ ଡ୍ରାଇଭରଙ୍କ ହାତରୁ ଖସି ଜମି ମାଲିକ ଭୀମସେନଙ୍କ ଉପରେ ଚଡ଼ି ଯାଇଥିଲା ଯାହା ଫଳ ରେ ଭୀମସେନ ପାଢ଼ୀ ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ l ପରେ ଭୀମସେନଙ୍କୁ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ତାଙ୍କର ଶବ ବ୍ୟବଛେଦ ନିମନ୍ତେ ଶରୀରକୁ ରଖାଯାଇଛି l ଏନେଇ ନିମଖଣ୍ଡି ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l

Advertisement