Wednesday, October 28, 2026
ADVERTISEMENT
Home ଆଞ୍ଚଳିକ କଂଗ୍ରେସ ତରଫରୁ ବ୍ଳକ ଘେରାଉ l

କଂଗ୍ରେସ ତରଫରୁ ବ୍ଳକ ଘେରାଉ l

113
ADVERTISEMENT

କୁକୁଡାଖଣ୍ଡି ,୧୯/୮(ଇ ରଞ୍ଜନ):-ସାରା ଓଡ଼ିଶାରେ ଥିବା ସମସ୍ତ ବ୍ଳକ ଘେରାଉ ନିମନ୍ତେ ପ୍ରଦେଶ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିଵା ଵେଳେ କୁକୁଡାଖଣ୍ଡି ବ୍ଳକ ସଭାପତି ପି ଶିବ ପ୍ରସାଦ ଦୋରାଙ୍କ ନେତୃତ୍ୱରେ ବ୍ଳକ ଘେରାଉ କରାଯାଇଥିଲା । ଵିଜେଡି ସରକାରଙ୍କ ମନୋମୁଖି ଶାସନକୁ ନେଇ ତଥା ବ୍ଳକ ସ୍ତରରେ ଚାଲିଥିବା ୧୫ ରୁ ୫୦ ପ୍ରତିଶତ ପିସି କାରବାର ରାଜ୍ୟ ସରକାର ନଵୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିଵା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ଦିଆଯାଉ ଏଵଂ ଗ୍ରାମ ସଭାର କେଉଁ ଵାଵଦରେ ଏହି ଖର୍ଚ୍ଚ ହେଵ ତାହା ନିଷ୍ପତ୍ତି ମୁତାବକ ପାରିତ ହେଲା ପରେ ପଞ୍ଚାୟତରେ ଏହି ଖର୍ଚ୍ଚ କରାଯାଉ l ଖାଲି ପଡିଥିବା ସରକାରୀ ପଦଵୀକୁ ପୂରଣ କରାଯାଉ l

ବେକାରୀ ଯୁଵକ , ଯୁଵତୀଙ୍କୁ ନିଯୁକ୍ତି ଦିଆଯାଉ l ନିତ୍ୟବ୍ୟଵହାର୍ଯ୍ୟ ପଦାର୍ଥର ଦରଦାମ ଵୃଦ୍ଧିକୁ ଵନ୍ଦ କରାଯାଊ l ଏବଂ ପ୍ରତି ବ୍ଳକରେ ଶୀତଳ ଭଣ୍ଡାର ଖୋଲିଵା , ଟାଟା କମ୍ପାନୀ ଖାଉଟିର ମାରଣ ଵିଜୁଳି ନୀତି ଵନ୍ଦ ,ନାରୀ ନିର୍ଯ୍ୟାତନା ଵନ୍ଦ ,ରାଜ୍ୟର ପ୍ରକୃତ ଗରୀବ ଵାସହୀନ ହିତାଧିକାରୀଙଙ୍କୁ ଆଵାସ ଯୋଜନାରେ ସାମିଲ ଏପରି ୯ ଟି ଦାଵିକୁ ନେଇ କଂଗ୍ରେସ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୁକୁଡାଖଣ୍ଡି ବିଡ଼ିଓ ପଲ୍ଲବୀ ସ୍ଵାଇଁଙ୍କୁ ଦାଵିପତ୍ର ପ୍ରଦାନ କରିଥିଲେ । ଏ ଅଵସରରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Advertisement