Friday, October 16, 2026
ADVERTISEMENT
Home ମୁଖ୍ୟ ଖବର ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

357
ADVERTISEMENT

ବାଲେଶ୍ୱର (ଦୁନିଆ ହାଲ୍ ଚାଲ୍): ବାଲେଶ୍ୱର ସହର ଦର୍ଜି ପୋଖରୀ ଛକରେ ଜଣେ ଯୁବତୀ ମରଣାନ୍ତକ ଆକ୍ରମଣର ଶିକାରହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଯୁବତୀ ଜଣଙ୍କ ଘରକୁ ଫେରୁଥିବା ବେଳେ ମହେଶ୍ୱର ମହାନ୍ତି ନାମକ ଜଣେ ଯୁବକ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ। ତାଙ୍କ ବେକ ଓ ଗାଲରେ କ୍ଷତ ହୋଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି। ଖବର ପାଇ ପୁଲିସ ଗାଁରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରାଯାଉଛି।

Advertisement