Tuesday, October 27, 2026
ADVERTISEMENT
Home ଆଞ୍ଚଳିକ ନିନ୍ମମାନର ଗାର୍ଡୱାଲ ଧସେଇଯିବାରୁ ଲାଞ୍ଜିଆ ଶିଶୁ ଉଦ୍ୟାନର ଭଗ୍ନଅବସ୍ଥା l

ନିନ୍ମମାନର ଗାର୍ଡୱାଲ ଧସେଇଯିବାରୁ ଲାଞ୍ଜିଆ ଶିଶୁ ଉଦ୍ୟାନର ଭଗ୍ନଅବସ୍ଥା l

237
ADVERTISEMENT

କୁକୁଡାଖଣ୍ଡି,୧୩/୮(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ପଂଚାୟତ ନିକଟରେ ଥିବା ଶିଶୁ ଉଦ୍ୟାନଟି ଉଦ୍ଘାଟନର ୨ ବର୍ଷ ନବିତୁଣୁ ଶିଶୁ ଉଦ୍ୟାନଟି ଭଗ୍ନଅବସ୍ଥାରେ ପଡିରହିଥିବା ଅଭିଯୋଗ ହୋଇଛି l ଉଦ୍ଘାଟନ ଫଳକ ଟି ୨0୨୨ ମସିହା ଜାନୁଆରୀ ୧୪ରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ କରମଳରେ ଉଦଘାଟିତ ହୋଇଥିବା ବେଳେ ଉଦ୍ଘାଟନର ୨ ବର୍ଷ ମଧ୍ୟରେ ଶିଶୁ ଉଦ୍ୟାନଟି ଭଗ୍ନଅବସ୍ଥାରେ ଆସିଛି l

ଏନେଇ ଲାଞ୍ଜିଆ ସରପଞ୍ଚ ଅନିଲ ଗୌଡ଼ଙ୍କୁ ପଚାରିବୁଝିବାରୁ ପାର୍କଟି ଭଗ୍ନ ଅବସ୍ଥା ଆସିବାର କାରଣ ପଂଚାୟତ ପୋଖରୀର ଗାର୍ଡୱାଲ ଗତକିଛି ବର୍ଷ ତଳେ ସରକାରଙ୍କ ବହୁ ଲକ୍ଷ ଟଙ୍କାରେ ନିମ୍ନମାନର ୱାଲକାର୍ଯ୍ୟ ହୋଇଥିବାରୁ ଶୀଘ୍ର ଭୁଶୁଡିପଡିଥିବା କୁହାଯାଉଛି l

ଏହି କାର୍ଯ୍ୟଟି ତତ୍କାଳୀନ ଯନ୍ତ୍ରୀ କୈଳାଶ ପାତ୍ର କୁକୁଡାଖଣ୍ଡିରେ କାର୍ଯ୍ୟରତ ରହି ତଦାରଖ କରି ଆସୁଥିବା ସମୟରେ କାର୍ଯ୍ୟମାନ ଠିକ ନଥିବାରୁ ଏହା କିଛି ମାସ ତଳେ ସମ୍ପୂର୍ଣ ଭାବେ ପୋଖରୀ ମଧ୍ୟକୁ ଭୁଶୁଡିଯିବାରୁ ଏହାର ପ୍ରଭାବରେ ଶିଶୁ ଉଦ୍ୟାନଟି ଭଗ୍ନଅବସ୍ଥାରେ ପଡିରହିଥିବା କହିଛନ୍ତି l ଗାର୍ଡୱାଲକୁ ପୁନଃ କାର୍ଯ୍ୟକ୍ଷମ କରାଯାଉଛି ବୋଲି କହିଛନ୍ତି l ଏହି କାର୍ଯ୍ୟକୁ ପ୍ରଶାସନ ନଜିର ରଖିବାକୁ ସାଧାରଣରେ ଦାବି ହୋଇଛି l

Advertisement