Tuesday, October 27, 2026
ADVERTISEMENT
Home ଆଞ୍ଚଳିକ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ବେଗୁନିଆପଡା ବ୍ଲକ ଗସ୍ତ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ବେଗୁନିଆପଡା ବ୍ଲକ ଗସ୍ତ।

127
ADVERTISEMENT

କୋଦଳା,୧୧/୮(ସୂର୍ଯ୍ୟ ନାରାୟଣ ବଡୁ):-ରାଜ୍ୟ ଯୋଜନାରେ ୯୩ ଏ ୧୪୫ କିସମର ଆଖୁ ଚାଷ ଉପରେ ଚାଷୀ ମାନଙ୍କ ସହ ଆଲୋଚନା କରିବା ପାଇଁ ଆଜି ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ବେଗୁନିଆପଡ଼ା ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ ଆଖୁ ଚାଷୀଙ୍କ ସହ ଆଲୋଚନା କରିବା ସହ ଆଖୁ ଚାଷ ଓ କୃଷି ସମନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଫେରିଛନ୍ତି। ଆଖୁ ଚାଷ କିଭଳି ଭାବେ ଅଧିକ ରୁ ଅଧିକ କରାଯିବ, ଏଥିପାଇଁ ଉର୍ନ୍ନତ ମାନର ଯନ୍ତ୍ର ପାତିର ବ୍ୟବହାର, ନୂତନ କିସମର ବିହନ ବ୍ୟବହାର, ସରକାରଙ୍କ ସହାୟତା ବିଷୟରେ ଆଲୋଚନା କରିଥିଲେ ! ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ, ଆତ୍ମା ବିଭାଗ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଜିତ କୁମାର ମହାପାତ୍ର, ବ୍ଲକ କୃଷି ଅଧିକାରୀ ରାମ ଲାଲ ସମଦ ଅତିରିକ୍ତ କୃଷି ଅଧିକାରୀ ଦୂର୍ଗେସ ପଟ୍ଟନାୟକଙ୍କ ସମେତ ଆଖୁ ଚାଷ ବିଭାଗ ପରିଚାଳକ, ପରିଦର୍ଶକଙ୍କ ସହ ସମସ୍ତ କୃଷି ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ଚୌଧୁରୀ ପ୍ରଥମେ କୁମ୍ଭାର ଗାଁ ଓ ପରେ ହଂସତୁଳି ଗ୍ରାମକୁ ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିଥିଲେ!

Advertisement