Tuesday, October 27, 2026
ADVERTISEMENT
Home ଆଞ୍ଚଳିକ ଦିଗପହଣ୍ଡି ନବ ନିର୍ବାଚିତ କଂଗ୍ରେସ ଯୁବ ସଭ୍ୟଙ୍କୁ ସମ୍ବର୍ଦ୍ଧିତ l

ଦିଗପହଣ୍ଡି ନବ ନିର୍ବାଚିତ କଂଗ୍ରେସ ଯୁବ ସଭ୍ୟଙ୍କୁ ସମ୍ବର୍ଦ୍ଧିତ l

143
ADVERTISEMENT

କୁକୁଡାଖଣ୍ଡି,୦୭/୮(ଇ ରଞ୍ଜନ):- କୁକୁଡାଖଣ୍ଡି ଗ୍ରାମର ଇନ୍ଦିରାଆବାସ ଠାରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାର୍ଥି ଶାକା ସୁଜିତଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ସଭ୍ୟଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶହ ଶହ କର୍ମୀ ଉପସ୍ଥିତ ଥିବାବେଳେ କଂଗ୍ରେସର ନବ ଗଠିତ ସଭ୍ୟଙ୍କୁ ଉତ୍ସାହିତ କରିଥିଲେ l ଯୁବ କଂଗ୍ରେସର ସଭାପତି ଅରୁଣ କୁମାର ଭୂୟାଁ, ଉପସଭାପତି ସୁମନ କୁମାର ଦାସ, କାମରାଜୁ ଡାକୁଆ, ସାଧାରଣ ସମ୍ପାଦକ ବିଦ୍ୟାଧର ପାତ୍ର ଏବଂ ଲବ କୁମାର ପାତ୍ର ଯୁବ କଂଗ୍ରେସ ଦଳ ତରଫରୁ ନିର୍ବାଚିତ ରହିଥିବା ବେଳେ ଆଗାମୀ ଦିନ ମାନଙ୍କରେ ଦଳକୁ ମଜବୁତ କରିବା ସହ ଲୋକଙ୍କ ସେବା ଦିଗରେ କାର୍ଯ୍ୟ କରିବା ନିମନ୍ତେ ଉତ୍ସାହି ଯୁବକଙ୍କୁ ଦିଗପହଣ୍ଡି କଂଗ୍ରେସ ନେତାଙ୍କ ସଭାପତିତ୍ବରେ ସଭ୍ୟମାନଙ୍କୁ ନିମନ୍ତ୍ରଣ କରି ମଞ୍ଚ ଉପରେ ଉପଡୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏବଂ ଲୋକଙ୍କ ନିକଟରେ ପହଂଚି କଂଗ୍ରେସ ସରକାର ଅମଳରେ ହୋଇଥିବା ବିକାଶ କାର୍ଯ୍ୟ ଉପରେ ଦିଗଦର୍ଶନ ଦେବା ସହ ବିଜେପି ବିଜେଡି ଭାଇ ଭାଇ ହୋଇ ଲୋକଙ୍କୁ ଭୁଆଁ ବୁଲେଇ ଲୋକଙ୍କୁ ନାନା ମିଥ୍ୟ ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହେଉଥିବାରୁ ଆଗାମୀ ନିର୍ବାଚନ ମଣ୍ଡଳୀରେ ମିଥ୍ୟ ପ୍ରଚାର ରୋକ ଲଗାଇବା କଂଗ୍ରେସ ବୈତରଣୀ ପାର ଲକ୍ଷ ରଖିଛି l ଏହା ସହ ଦିଗପହଣ୍ଡି ଅଞ୍ଚଳ ରେ ୨ ଫାଳ ବିଜେଡି ମଧ୍ୟରେ ଗୋଷ୍ଠୀ ବିବାଦରେ ସାଧାରଣ ଲୋକଙ୍କ ମୁଣ୍ଡ ଯିବା ଘଟଣାରେ କଂଗ୍ରେସର ଯୁବ କଂଗ୍ରେସ ତରଫରୁ ତୀବ୍ର ବିରୋଧ କରିବା ନେଇ ନିଷ୍ପତି ନେଇଥିଲେ ନେତା l ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ନାଇଡ଼ୁ ଗୁରୁନାଥ, ଯୁବ ନେତା କେ ଅମିତ କୁମାର,ଦିଲ୍ଲୀପ କୁମାର ପାତ୍ର,ଉତ୍ତମ ରେଡ୍ଡୀ,ଏ କ୍ଷେତ୍ରବାସି,କୃଷ୍ଣ କୁମାର ସ୍ୱାଇଁ,ସୁଦାମ ଗୌଡ଼,ପ୍ରବାସ ଚନ୍ଦ୍ର ଶତପଥୀ,କେଦାର ବିଷୟୀ,ଉମେଶ ଗୌଡ଼,ପ୍ରଶାନ୍ତ ବିଷୟୀ ଙ୍କ ସମେତ ଦିଗପହଣ୍ଡି ଅଞ୍ଚଳର ବହୁ କର୍ମୀ ଉପସ୍ଥିତ ଥିଲେ l

Advertisement