ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

256
ADVERTISEMENT

ଗଜପତି ,୨୦/୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ମନମୁଖୀ ଶାସନ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଅଧ୍ୟାପକମାନେ କରିବା ସହ ପରୀକ୍ଷା ଖାତା ମୂଲ୍ୟାୟନରେ ମୁହଁଦେଖା କରିବାର କରୁଥିବା ଅଭିଯୋଗ। ତେବେ ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ । ଏହି ଘଟଣାରେ ଛାତ୍ର ଛାତ୍ରୀ ମାନେ କଲେଜରେ ଭଙ୍ଗାରୁଜା କରିବା ସହ ନିଆଁ ଜାଳି ଆନ୍ଦୋଳନ କରିଛନ୍ତି। ଚଳିତ ଥର +3 କର୍ମସ ବିଭାଗର ପରୀକ୍ଷା ଫଳ 30ଂ/ ରୁ ବି କରିଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ବାଣିଜ୍ୟ ବିଭାଗରେ +3 ଦ୍ୱିତୀୟ ବଷ ରେ ୧୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ମାତ୍ର ୧୮ ଜଣ । ଏହାକୁନେଇ ଛାତ୍ର ଛାତ୍ରୀ ଅଧ୍ୟାପକଙ୍କ ମନମୁଖୀ କାରବାର ଚାଲିଥିବା ସନ୍ଧେହ କରିଛନ୍ତି। ଏନେଇ ପରୀକ୍ଷା ଖାତାର ପୂନର୍ବାର ମୂଲ୍ୟାୟନ ଏବଂ ଏହି କଲେଜର ଅଧ୍ୟାପକଙ୍କ ପରିବର୍ତ୍ତେ ଅନ୍ୟ କଲେଜର ଅଧ୍ୟାପକଙ୍କ ଦ୍ୱାରା ଖାତା ମୂଲ୍ୟାୟନ ପାଇଁ ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ। ଛାତ୍ର ଛାତ୍ରୀଙ୍କ ଅଭିଯୋଗକୁ ନେଇ କଲେଜ କର୍ତ୍ତୃପକ୍ଷ ମୁହିଁ ଖୋଲିବା ସହ ଏହି ଅଭିଯୋଗକୁ ସମ୍ପୂଣ୍ଣ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି। ପିଲାଙ୍କ ଖାତା ପୂନର୍ବାର ମୂଲ୍ୟାୟନ କୈାଣସି ସମୟରେ ବିଚାରକୁ ନେଇ ପଦକ୍ଷେପ ନିଆଯିବ ବୋଲି ଅଧକ୍ଷା କହିଛନ୍ତି।

Advertisement