Sunday, October 25, 2026
ADVERTISEMENT
Home ଆଞ୍ଚଳିକ ଅଳିଆ ଆବର୍ଜନାରେ ପରିପୂର୍ଣ ସହରୀତଳ ଅଞ୍ଚଳ ପ୍ରଶାସନ ଓ ଜନପ୍ରତିନିଧି ଚୁପ l

ଅଳିଆ ଆବର୍ଜନାରେ ପରିପୂର୍ଣ ସହରୀତଳ ଅଞ୍ଚଳ ପ୍ରଶାସନ ଓ ଜନପ୍ରତିନିଧି ଚୁପ l

174
ADVERTISEMENT

କୁକୁଡାଖଣ୍ଡି,୦୪/୮(ଇ ରଞ୍ଜନ):-ବ୍ରହ୍ମପୁର ସହରୀ ତଳ ଅଞ୍ଚଳରେ ରହିଥିବା କୁକୁଡାଖଣ୍ଡି ବ୍ଲକର ଲୋଚପଡ଼ା ନୂତନ ପଞ୍ଚାୟତ ଯେପରି ଅଳିଆ ଆବର୍ଜନା ପରି ରହିଛି l ସେହି ପଂଚାୟତ କାର୍ଯ୍ୟାଳୟ ସମୁଖ ରେ ଠିକ ତାହାର ମୁଖ୍ୟ ଦ୍ୱାର ସାମ୍ନାରେ ଅଳିଆ ପଡି ବ୍ୟତିକ୍ରମ ଦେଖାଦେଇଛି l ନିମଖଣ୍ଡି,ମୁଖ୍ୟ ରାସ୍ତା ସମୁଖ ବହୁ ସ୍ଥାନରେ ବହୁ ପରିମାଣରେ ଅଳିଆ ପଡିଛି l ଠିକ ଭାବେ ପଂଚାୟତ ଗୃହ ମଧ୍ୟ ଖୋଲା ଯାଉନଥିବାରୁ ସର୍ବ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ସେହିପରି ଜଗଦଳପୁର,ଠାକୁରାଣୀ ମନ୍ଦିର ପାର୍ଶ୍ୱ ନୂତନ ନିର୍ମିତ ମିଶନଶକ୍ତି ଠାରେ ମଧ୍ୟ ଗୁଡ଼ାଏ ଅଳିଆ ପଡିଥିବା ବେଳେ ବୋରିଗାଁ ବିଭିନ୍ନ ସ୍ଥାନରେ ଅଳିଆ ପଡି ରହିଛି ବିଭିନ୍ନ ସ୍ଥାନ ମାନଙ୍କରେ ଯେଉଁଠି ଦେଖିଲେ ସେଠି ଅଳିଆ ଆବର୍ଜନାରେ ଗଛିତ ଅବସ୍ଥାରେ ପଡିଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି l ଏପ୍ରତି ବ୍ଲକ ପ୍ରଶାସନ ହେଉ କିମ୍ବା ଜନପ୍ରତିନିଧି କାହାରି ଦୃଷ୍ଟି ନାହିଁ l ଥିଲେ ମଧ୍ୟ ଗୁରୁତ୍ୱ ନାହିଁ ଚୁପଚାପରେ ରହିଥିବା ଜଣାପଡିଛି l

ଯାହା ଫଳରେ ଅଳିଆ ଆବର୍ଜନା ଅପରିଷ୍କାର ସ୍ଥାନ ରହିଥିବା ଯୋଗୁଁ ପରିବେଶ ଦୃଗନ୍ଧମୟ ପାଲଟିଛି ଏହା ସହ ଲୋକଙ୍କ ଘର ମାନଙ୍କରେ ମଶା ମାଛିଙ୍କ ଦିନକୁ ଦିନ ପାଦୃବାଭ ବୃଦ୍ଧି ପାଉଥିବା ବେଳେ ଅଳିଆରେ ଝରୀ ପାଲଥିନ ଖାଇ ଗୋରୁ ଗାଈ ମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ପଶୁପ୍ରେମୀ ସେପରି ବହୁ ଲୋକେ ନାହିଁ ନଥିବାରେ ସମ୍ମୁଖୀନ ହେଉଥିବା କହିଛନ୍ତି l ଏଭଳି ବର୍ଷାଦିନ ମାନଙ୍କ ରେ ଏପରି ସ୍ଥିତି ଉପୁଜେ ତାହେଲେ ଘର ମାନଙ୍କରେ ଡେଙ୍ଗୁ, ମେଲେରିଆ, ଟାଇଫଏଡ଼ ରୋଗ ହେବା ଆଶଙ୍କା ବୃଦ୍ଧି ପାଉଥିବା ଜଣାପଡିଛି l ଲୋକଙ୍କ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ସୁସ୍ଥ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ସରକାର ଏ ବାବଦ ରେ କୋଟି କୋଟି ଟଙ୍କା ବ୍ୟୟ କରି ସ୍ୱଚ୍ଛ ଭାରତ ସ୍ବପ୍ନ ଦେଖୁଥିବା ବେଳେ ଦାୟିତ୍ୱରେ ଥିବା କତୃପକ୍ଷ ଏହି ଯୋଜନା କୁ ସଫଳ ରୂପାୟନ କରିବା ବଦଳରେ ଏହାକୁ କଳଙ୍କିତ ସଦୃଶ କରୁଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଏପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବର୍ଜନା କରି ଏହି ଯୋଜନାର ସଫଳ ରୂପାୟନ କରିବାକୁ ସାଧାରଣ ରେ ଦାବି ହୋଇଛି l

Advertisement