କୁକୁଡାଖଣ୍ଡି,୦୨/୮(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ନିକଟସ୍ଥ ଆଙ୍କୁଶପୁର ପୁରୁଷୋତ୍ତମ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେଥିବା ୨ ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗ୍ରାମବାସି ଏନେଇ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କୁ ସୋମବାର କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ l ଅଭିଯୋଗର ତଦନ୍ତ କରିବା ନେଇ ନବନିଯୁକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ସନ୍ତୋଷ କୁମାର ମହାପାତ୍ର,ଅତିରିକ୍ତ ଶିକ୍ଷାଅଧିକାରୀ ତ୍ରିନାଥ ମଲ୍ଲିକ,ସିମାଞ୍ଚଳ କାର୍ଜି, ସିଆରସି ସୁଶାନ୍ତ କୁମାର ପାତ୍ର ତଦନ୍ତରେ ଯାଇଥିବା ବେଳେ ଗ୍ରାମବାସିଙ୍କ ସହ ଆଲୋଚନା ଜୋର ଧରିଥିଲା l ସେମାନଙ୍କ ଅଭିଯୋଗ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରାୟ ୨୫0 ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆସୁଥିବା ଚାଉଳରେ ପୋକ ଲାଗିଥିବା ଚାଉଳ ମଧ୍ୟାହ୍ନ ଭୋଜନରେ ପରସା ଯାଉଥିବାରୁ ଛାତ୍ରଛାତ୍ରୀ ଖାଇବାରେ ଘୋର ବାଧକ ସାଜୁଥିବା ଛାତ୍ରଛାତ୍ରୀ ଏବଂ ଗ୍ରାମର ବହୁ ଅବିଭାବକ ଗ୍ରାମବାସି ଅଭିଯୋଗ କରିଥିଲେ l

ଯାହା ଫଳରେ ବିଦ୍ୟାଳୟ କୁ ବହୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଟିଫିନ ନେଇ ଯାଉଥିବା ଅଭିଯୋଗ କରିଛନ୍ତି l ଏହା ସହ ବିଦ୍ୟାଳୟରେ ବିଜ୍ଞାନ, ଗଣିତ ଓ ହିନ୍ଦୀ ଶିକ୍ଷକ ଆବଶ୍ୟତା ନେଇ ଦାବି କରିଥିଲେ l ବିଦ୍ୟାଳୟରେ ଦୀର୍ଘ ୮ ମାସରୁ ଉର୍ଦ୍ଧ ଧରି ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ପଡିରହି ପୋକ ଲାଗି ଖତଖାଉଥିବା ଚାଉଳକୁ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବାରୁ ଚାଉଳ ଖତ ଖାଇଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା l ଦିନ କ ପୂର୍ବରୁ ଉକ୍ତ ଚାଉଳକୁ ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଣ୍ଡା ଏବଂବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟରେ ପଡିରହିଥିବା ୨0ରୁ ଉର୍ଦ୍ଧ ବସ୍ତା ଚାଉଳ ରୁ ୧0 ବସ୍ତା ସଜାଡ଼ିବା ନିମନ୍ତେ ବିଦ୍ୟାଳୟର ପୋକଡା ଚାଉଳ ସଜାଡ଼ିବା ନିମନ୍ତେ ମିଲକୁ ପୂର୍ବତନ ସରପଞ୍ଚଙ୍କ ଏକ ଏସଏଚଜି ଗ୍ରୁପକୁ ଚୁକ୍ତିନାମାରେ ଦାୟିତ୍ୱ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଏସଏଚଜି ଗ୍ରୁପ କରିଥିବାରୁ ଗ୍ରାମର ବହୁ ଲୋକଙ୍କ ବିରୋଧ କରିଥିଲେ l ରବିବାର ଛୁଟିଦିନ ଥିବା ବେଳେ କାହା ନିର୍ଦେଶ ରେ ଏସଏଚଜି ଗ୍ରୁପ ବିଦ୍ୟାଳୟର ତାଲା ଖୋଲି ୨0ରୁ ଉର୍ଦ୍ଧ ଚାଉଳବସ୍ତା ମିଲକୁ ନେଇଥିବା ପ୍ରସଙ୍ଗ କରି ହୋ ଆଲ୍ଲା କରିଥିଲେ l ପରେ ମିଲର ଚୁକ୍ତିରେ ଦର୍ଶାଯାଇଥିବା ୧0ବସ୍ତା ଚାଉଳ କୁ ରଖି ଅନ୍ୟବସ୍ତା ଚାଉଳକୁ ଫେରସ୍ତ କରିଥିବା କହିଛନ୍ତି l ପ୍ରଧାନ ଶିକ୍ଷକ ଓ ପୂର୍ବତନ ସରପଞ୍ଚ ସୀତା ରାଉଳକୁ ପଚାରି ବୁଝିବାରୁ ପ୍ରଧାନ ଶିକ୍ଷକ ଦେଇଥିବା ୧0ବସ୍ତା ଚାଉଳ ମିଲକୁ ପଠାଇବା ଚୁକ୍ତି ଠିକ କିନ୍ତୁ ବିଦ୍ୟାଳୟରେ ସମସ୍ତ ଚାଉଳ ଖରାପ ହୋଇଥିବା ଦୃଷ୍ଟି କଣକୁ ନେଇ ଆମ୍ଭେ ଚାଉଳ କୁ ସଜାଡ଼ିବା ନିମନ୍ତେ ମିଲକୁ ବାଧ୍ୟ ହୋଇ ନେଇଥିବା କହିଛନ୍ତି ଗ୍ରୁପ ସହାୟିକା l ବ୍ଲକ ଅଞ୍ଚଳରେ ଏଭଳି ପୋକ ଲାଗିଥିବା ଚାଉଳରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ମାନଙ୍କୁ ପରସା ଯାଉଛି ତାହା ହେଲେ ବ୍ଲକ ଠାରୁ ଦୁରାଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍ରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରଧାନ ହେଉଥିବ ତାହାକୁ ନେଇ ବିଭିନ୍ନ ମହଲରେ ବ୍ଲକର ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଛି ସୃଷ୍ଟି କରୁଛି l ବିଦ୍ୟାଳୟକୁ ଯାଇ ପୋକଡା ଚାଉଳକୁ ଫୋଟ ଉତ୍ତଳୋନ ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିବା ସମୟରେ ତଦନ୍ତରେ ଯାଇଥିବା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ ମନା କରିଥିଲେ ଏହା ସହ ବିଦ୍ୟାଳୟକୁ ଯାଇ ଆମ୍ଭେ ପରିଦର୍ଶନ କରିବା ସମୟ ନାହିଁ ଆମ ର ଗୁଡ଼ାଏ କାର୍ଯ୍ୟ ବ୍ୟସ୍ତତା ଭିତରେ କେତେ ଭୁଲ ରହୁଛି ଅଭିଯୋଗ ହେଲେ ତଦନ୍ତ କରୁଛୁ l ଗ୍ରାମବାସିଙ୍କ ଅଭିଯୋଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ କିଛି ଶିକ୍ଷୟିତ୍ରୀ ଅନ୍ୟତ୍ର ସ୍ଥାନାନ୍ତର ସହ ଏମଡିଏମ ଯୋଗାଉଥିବା ମା ଘୋଟଗାଁ ତାରିଣୀ ଏସଏଚଜି କୁ ବିଦ୍ୟାଳୟ ରୁ ବାହାର କରିବା ଦାବି କରିଛନ୍ତି l ନଚେତ ଆଗାମୀ ଦିନ ରେ ବିଦ୍ୟାଳୟ ସମୁଖ ରେ ଧାରଣା ଦେବା ନିମନ୍ତେ ଦାବି କରିଛନ୍ତି l ଆଗାମୀ ଦିନରେ ଏହାର ବ୍ଲକ ମୁଖିଆଙ୍କ ସହ ଆଲୋଚନା ପରେ ଏହାର ନିଷ୍କର୍ଷ ବାହାରିବ ବୋଲି ବିଶ୍ୱସ୍ତ ସୂତ୍ର ରୁ ପ୍ରକାଶ l

















