ବ୍ଲକ ସ୍ତରୀୟ ସାମାଜିକ ଜନ ଶୁଣାଣି ଅନୁଷ୍ଠିତ,ଏନଆରଇଜିଏସରେ ବ୍ୟାପକ ଅନିୟମିତତା ଅଭିଯୋଗ l

103
ADVERTISEMENT

କୁକୁଡାଖଣ୍ଡି,୨୮/୭(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭା ସମ୍ମିଳନୀ କକ୍ଷରେ ଆଜି ବ୍ଲକ ପ୍ରଶାସନ ଓ ଓଡିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ୱ ଓ ସ୍ୱଛତା (ଓସାଟ) ସହଯୋଗ କ୍ରମେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣି କାର୍ଯ୍ୟକ୍ରରେ ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟଙ୍କ ଉପସ୍ଥିତରେ ବୈଠକ ହୋଇଥିବା ବେଳେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କିତ ଆଲୋଚନା ହୋଇଥିଲା ଏଥିରେ ଚଳିତ ବର୍ଷ ଆର୍ଥୀକ ବ୍ୟୟବରାଦ ଉପରେ ଆଲୋଚନା ହୋଇଥିଲା ଏଥିରେ ବନ ବିଭାଗ, ଉଦ୍ୟାନ ବିଭାଗ, ମୂର୍ତ୍ତିକା ସଂଗ୍ରକ୍ଷଣ, ଜଳ ସେଚନ ବିଭାଗ ସମେତ ବ୍ଲକରେ ଥିବା ଏମଜିଏନଆରଜିଏସ, ପଞ୍ଚାୟତ ରାଜର ପଞ୍ଚଦଶ ଅର୍ଥ କମିସନ ଇତ୍ୟାଦି ବିଭାଗର କର୍ମଚାରି ଅଂଶଗ୍ରହଣ କରିଥିଲେ l

ଚଳିତବର୍ଷ ବନ ବିଭାଗ, ଉଦ୍ୟାନ ବିଭାଗ,ମୂର୍ତ୍ତିକା ସଂଗ୍ରକ୍ଷଣ, ଆଦି ବିଭାଗ ଦ୍ୱାରା କାର୍ଯ୍ୟ ସମ୍ପୂର୍ଣ ହୋଇଛି ତାହା ଉପରେ ଆଲୋଚନା ଜୋର ଧରିଥିଲା l ଏମଜିଏନଆରଜିଏସ ଯୋଜନାରେ ବ୍ଲକରେ ଥିବା ୨୨ ଗୋଟି ପଞ୍ଚାୟତରେ ୧୬ହଜାରରୁ ଉର୍ଦ୍ଧ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ୧୬00୭ ଟି କର୍ମ ନିଯୁକ୍ତ ପତ୍ର ବଣ୍ଟନ ହୋଇଛି l ନରେଗା ଯୋଜନାରେ ଆର୍ଥୀକ ବର୍ଷରେ ସମୁଦାୟ କୋଟି କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ଏହି ନରେଗା ଯୋଜନାରେ ବ୍ଲକର ପ୍ରାୟ ପଞ୍ଚାୟତ ରେ ବୃକ୍ଷରୋପଣ ନିମନ୍ତେ ଆର୍ଥୀକ ବର୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ପଞ୍ଚାୟତ ରେ ବୃକ୍ଷ ରୋପଣ ନହୋଇ ଟଙ୍କା ବିଲ ହୋଇଥିବା ପଞ୍ଚାୟତ ସ୍ୱତନ୍ତ୍ର ତଦନ୍ତକାରି ଅଧିକାରୀ ମାନେ ରିପୋର୍ଟ ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରେ ପ୍ରଧାନ କରିଥିଲେ l ହୁଗୁଳାପଟ୍ଟା ଗ୍ରାମ ରେ ସରକାରୀ କାର୍ଯ୍ୟ ସରିଥିବା ବେଳେ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି l ଏମଜିଏନଆରଜିଏସରେ ବ୍ଲକରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଅତିରିକ୍ତ ଉପଜିଲ୍ଲାପାଳଙ୍କ ଆଗରେ ଦୁର୍ନୀତିର ଚିଠା ଖୋଲିଥିଲେ କିଛି ସମିତିସଭ୍ୟ l ସେହିପରି ବହୁ ପଞ୍ଚାୟତ ରେ ନରେଗା ଯୋଜନା ରେ ସ୍ୱଳ୍ପ ଶ୍ରମିକ ନିଯୁକ୍ତ କରି ଅତ୍ୟଧିକ ଶ୍ରମିକ ନିଯୁକ୍ତ କରି କର୍ମସ୍ଥାନକୁ ଦାୟିତ୍ୱ ରେ ଥିବା ଅଧିକାରୀ ଯାଉନଥିବା ସହ ଟଙ୍କା ଆତ୍ମସାତ କରିଥିବା ବାଘଲଟି ଏବଂ ମହୁଡା ସମିତି ସଭ୍ୟ ମାନେ ଅଭିଯୋଗ କରିଥିଲେ l ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ରଖିବା ନେଇ ସରକାର ସୂଚନା ଫଳକ କରିବାକୁ ନିର୍ଦେଶ ଦେଇଥିବା ତାହା କାର୍ଯ୍ୟକାରୀ ହେଉନଥିବାରୁ ବୈଠକରେ ଯୁକ୍ତିତର୍କ ହୋଇଥିଲା l କିଛି ପଞ୍ଚାୟତରେ ଆର୍ଥିକ ବର୍ଷର ବିକାଶକାର୍ଯ୍ୟର କେଶ ରେକର୍ଡ ପଞ୍ଚାୟତ କତୃପକ୍ଷ ଅଡିଟରେ ଯାଇଥିବା ଅଧିକାରୀ ମାନଙ୍କୁ ପ୍ରଧାନ କରୁନଥିବା ନେଇ ଅଡିଟ ଅଧିକାରିଣୀ ମାନେ ଅଭିଯୋଗ କରିଥିଲେ l ଏହି ସାମାଜିକ ସମୀକ୍ଷା ଜନ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶୁଭଶ୍ରୀ ରଥ, ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ପୋଲ୍ଲବୀ ସ୍ୱାଇଁ, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଡିଆରଏସ ଡ଼.ରବୀନ୍ଦ୍ର ନାଥ, ଉପାଅଧକ୍ଷା ବିଷ୍ଣୁପ୍ରିୟା ପାତ୍ର,ସହକାରୀ ଯନ୍ତ୍ରୀ ଅନୁରାଗ ରଥ ଜିପିଓ ମନୋଜ ପ୍ରଧାନଙ୍କ ସମେତ ବହୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ l

Advertisement