ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ

179
ADVERTISEMENT

କଟକ,(ଦୁନିଆ ହାଲ୍ ଚାଲ୍): ରେଭେନ୍ସା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ଛାତ୍ରୀ ନିବାସର ଜଣେ ଛାତ୍ରୀଙ୍କୁ ସେହି ହଷ୍ଟେଲର ସିନିୟର ଛାତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏ ସମ୍ପର୍କରେ ଛାତ୍ରୀମାନେ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ମାଡ଼ ମାରିଥିବା ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ହଷ୍ଟେଲରୁ ବାହାର କରିବା ଦାବିରେ କୁଳସଚିବଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରୀମାନେ ଧାରଣାରେ ବସିଥିଲେ। ମାଡ଼ ମାରିଥିବା ଛାତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ଜଣାପଡ଼ିଛି। ତେବେ ଏହି ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisement