ଗଜପତି ,୧୯/୮(ପ୍ରଭାତ କୁମାର ପାତ୍ର ) : ଗୋସାଣୀ ବ୍ଲକ୍ ଗାରବଦ୍ଧା ସ୍ଥିତ ଶ୍ରୀ ଭେଙ୍କଟେଶ୍ରର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ବ୍ଲକ ସ୍ତରରେ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉଛବରେ ମୁଖ୍ୟ ଅତିଥି ଭାବେ ଗୋସାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ମୁଖ୍ୟ ବକ୍ତାଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂ, ପୂର୍ବତନ ସରପଞ୍ଚ କେ: ଭେଣୁଗୋପାଳ ରାଓ, ଜିଲ୍ଲା କ୍ରୀଡ଼ାନିରୀକ୍ଷକ ଏସ. ଏଲ. ରାଓ ସମ୍ମାନନୀୟ ଅତିଥି ରୂପେ ସଭାମଣ୍ଡିତ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି. ତିରୁମୁଲା ରାଓ ପଟ୍ଟନାୟକ ସଭାପତିତ୍ବ ଆସନ ଅଳଙ୍କୃତ କରିଥିଲେ। ଏହି କ୍ରିଡା ପ୍ରତଯୋଗିତା ଖୋ. ଖୋ, କବାଡ଼ି, ଫୁଟବଲ, ଭଲିବଲ୍ ଏହି ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଉକ୍ତ ପ୍ରତିଯୋଗିତାରେ ୨୭ ଟି ବିଦ୍ୟାଳୟରୁ ୫୧ ଜଣ ବାଳିକା ଓ ୨୧୨ ଜଣ ବାଳକା ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ ବ୍ଲକ ସ୍ତରିୟ କ୍ରୀଡ଼ା ଶିକ୍ଷକ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ଆସନ୍ତା ଦୁଇ ଦିନ ଧରି ଚାଲିବ।

















