Saturday, August 22, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରରେ ୨୪ ତମ କାର୍ଗିଲ ବିଜୟ ଦିବସ ପାଳିତ l

କୁକୁଡାଖଣ୍ଡି ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରରେ ୨୪ ତମ କାର୍ଗିଲ ବିଜୟ ଦିବସ ପାଳିତ l

120
ADVERTISEMENT

ବ୍ରହ୍ମପୁର,୨୬/୭(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମରେ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି l

ଏହା ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରାମ ଶିବ ମନ୍ଦିର ସ୍ଥିତ ଶ୍ରୀ.ଏସ.ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ତମ୍ଭରେ ତାଙ୍କ ପରିବାର ଲୋକ ସର୍ବ ପ୍ରଥମେ ପୁଷ୍ପା ମାଲ୍ୟର୍ପଣ କରିଥିଲେ l

ପରେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘ ମିତ୍ରାଦେବୀ,ସର୍ଦାର ବୋଲ୍ଲଵ ଭାଇବହୁ ମୁଖି ସଙ୍ଘର ବହୁ ନେତୃବୃନ୍ଦ ଓ ସ୍ଥାନୀୟ ଜନପ୍ରତିନିଧି ତଥା ବ୍ଲକ ଉପାଧକ୍ଷା ବିଷ୍ନୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ ବେହେରା, ସରପଞ୍ଚ କ୍ରାନ୍ତି ଦେବୀ, ସମିତିସଭ୍ୟ ରବୀନ୍ଦ୍ର ପାତ୍ର, ଜିଲ୍ଲାପରିଷଦ ସଭ୍ୟା ଭାରତୀ ନାୟକ, ସର୍ଦାର ବୋଲ୍ଲଵ ଭାଇ ପଟେଲ ସଙ୍ଘର ସଭାପତି ରାମ ପାତ୍ର, ସୁଦାମ ପାତ୍ରଙ୍କ ସମେତ ସରକାରୀ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତରେ ବିଭିନ୍ନ ସଂଗୀତ ଗାନ ସହ ସହିଦ ଶ୍ରୀନିବାସ ପାତ୍ରଙ୍କ ଦେଶ ମାତୃତ୍ୱକୁ ବଳିଦାନର ଅଭୁଲା ସ୍ମୁତିକୁ ମନପକାଇ ଆଜି ବଡ଼ ଉତ୍ସାହର ସହ ବିଜୟ ଦିବସ ପାଳନ କରିଥିଲେ l

Advertisement