କନ୍ଧମାଳ,୧୯/୮(ଏଜେନସି) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମ ପଞ୍ଚାୟତ ଅଫିସରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ ପାଳନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର, ଏପିଓ କରନ ଉଠାନସିଂ, ବାରଖମା ସରପଞ୍ଚ କୁନାଳ ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାବୁଲା ସାହୁ, ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ I ଏହି ବୈଠକରେ ରେବୀଙ୍ଗିଆ, ବାରଖମାର ଗ୍ରାମର ବହୁ ବୃଦ୍ଧାବୃଦ୍ଧି,ପୁରୁଷ, ମହିଳା ଯୋଗଦେଇ I ଯେଉଁ ମାନେ ବାର୍ଦ୍ଧକ୍ୟ ଭତା, ଆବାସ ଯୋଜନା, ରାସନ କାର୍ଡ, ଜବକାର୍ଡ ପାଇନାହାନ୍ତି ସେମାନେ ଅଭିଯୋଗ କରଥିଲେ I

















