Thursday, October 22, 2026
ADVERTISEMENT
Home ଆଞ୍ଚଳିକ ୩ଟି ଚୋରି ମାମଲାରେ ୨ ଅଭିଯୁକ୍ତ ଗିରଫ, ଲୁଟ୍ ସାମଗ୍ରୀ ଉଦ୍ଧାର

୩ଟି ଚୋରି ମାମଲାରେ ୨ ଅଭିଯୁକ୍ତ ଗିରଫ, ଲୁଟ୍ ସାମଗ୍ରୀ ଉଦ୍ଧାର

119
ADVERTISEMENT

କୁକୁଡ଼ାଖଣ୍ଡି,୧୭/୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି (ଏନଏନଏସ) ରେ ତିନୋଟି ପୃଥକ ଚୋରି ମାମଲାରେ ୨ଜଣ ଚୋରଙ୍କୁ ଗିରଫ କରିବାରେ ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା ।ଗିରଫ ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ନିର ଦାସଙ୍କ ପୁଅ ଗୌର ଦାସ(୨୩) ଓ ଅନ୍ୟ ଜଣେ ଆସ୍କା ଥାନା ଅନ୍ତର୍ଗତ ଗଣ୍ଡାପଲ୍ଲୀ ଗ୍ରାମର ବାଘ ଦାସଙ୍କ ପୁଅ ବର୍ତ୍ତମାନ ରାମଚନ୍ଦ୍ରପୁର ଗ୍ରାମରେ ରହୁଥିବା ବଣ୍ଟି ଦାସ(୨୦) ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩ଟି ହ୍ୟାଣ୍ଡ କଟର ମେସିନ,୨ଟି ହ୍ୟାଣ୍ଡ ଡ୍ରିଲିଂ ମେସିନ,୧ ଏଚପି ଟେକ୍ସମୋ ମୋଟର ପମ୍ପ ଏବଂ ୬ଟି ସିସି କ୍ୟାମେରା ଉଦ୍ଧାର କରାଯାଇଛି ।ସୂଚନାଅନୁଯାୟୀ, ଗତ ୨ସପ୍ତାହ ମଧ୍ୟରେ ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ତିନୋଟି ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା ।ଏହି ମାମଲାକୁ ଭିତି କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥ‌ିଲା ।ଏହି ମାମଲାରେ ମୋଟର ପମ୍ପ, ସିସି କ୍ୟାମେରା ଓ କିଛି ଡ୍ରିଲିଂ ମେସିନ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ରବିବାର ଦିନ ୨ଜଣ ଚୋରଙ୍କୁ ସଦର ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି ।ଗିରଫ ଅଭିଯୁକ୍ତକୁ ଅଧିକ ଜେରା କରିବା ପରେ ସେମାନେ ସ୍ୱୀକାର କରିଛନ୍ତି ଯେ,ଗତ ୦୪-୦୭-୨୦୨୩ ମଧ୍ୟରାତ୍ରୀରେ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀ ସ୍ଥିତ ମା ଗିରିଜା ଉତ୍ପାଦନ କେନ୍ଦ୍ରରୁ ଗୋଟେ ଗୁଆ କଟିଙ୍ଗ୍ ବ୍ଲେଡ଼, ହ୍ୟାଣ୍ଡ ଡ୍ରିଲ୍ ମେସିନ୍,ହ୍ୟାଣ୍ଡ କଟର ମେସିନ ଓ ୧୬ ଏମ୍ଏମ୍ କେବୁଲ ତାର ଚୋରି କରିଥିବା ସ୍ୱୀକାର କରିଥିଲେ ।ଆହୁରି ସେମାନେ ସ୍ୱୀକାର କରିଥିଲେ ଯେ,ସଦର ଥାନାରେ ପଞ୍ଜିକୃତ ହୋଇଥିବା କେସ ନଂ ୩୫୧/୨୦୨୩ ମାମଲା ପ୍ରକାରେ ଗତ ୧୧-୦୭-୨୦୨୩ ମଧ୍ୟରାତ୍ରିରେ ସଦର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରର ଏକ ନିର୍ମାଣ ଗୃହରୁ ଗୋଟିଏ ଟେକ୍ସମୋ-୧ ଏଚପି ଜେଟ ମୋଟର ପମ୍ପ ଚୋରି କରିଥିବା ସ୍ୱୀକାର କରିଛନ୍ତି ।ସେହିଭଳି ଥାନାରେ ପଞ୍ଜିକୃତ ହୋଇଥିବା କେସ ନଂ ୩୪୭/୨୦୨୩ ମାମଲା ପ୍ରକାରେ ଗତ ୧୦-୦୭-୨୦୨୩ ତାରିଖ ମଧ୍ୟରାତ୍ରୀରେ ସଦର ଥାନା ଅନ୍ତର୍ଗତ ବାଲିପଡା ସ୍ଥିତ ମହୁରୀ କାଳୁଆ ମହାବିଦ୍ୟାଳୟରୁ ୬ଟି ସିସି କ୍ୟାମେରା ଚୋରି କରିଥିବା ସ୍ୱୀକାର କରିଛନ୍ତି ।ତେବେ ସମସ୍ତ ଚୋରି ସାମଗ୍ରୀ ସାକ୍ଷୀଙ୍କ ଉପସ୍ଥିତରେ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର କରାଯାଇଥିଲା ।ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିପୂର୍ବରୁ ମଧ୍ୟ ଅଭିଯୁକ୍ତ ଗୌର ଦାସ ନାମରେ ସଦର ଥାନାରେ ୬ଟି ମାମଲାରେ ରହିଥିବା ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ଠାରୁ ସୂଚନା ମିଳିଛି ।

Advertisement