Wednesday, October 21, 2026
ADVERTISEMENT
Home ଆଞ୍ଚଳିକ ନିମଖଣ୍ଡି ମଣ୍ଡଳରେ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତl

ନିମଖଣ୍ଡି ମଣ୍ଡଳରେ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତl

120
ADVERTISEMENT

କୁକୁଡାଖଣ୍ଡି,୧୪/୭(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଗୋପାଳପୁର ନିର୍ବାଚନ ମଣ୍ଡଳୀର ୫ ଟି ପଞ୍ଚାୟତର ଗ୍ରାମପଞ୍ଚାୟତର ଲୋକଙ୍କୁ ନେଇ ନିମଖଣ୍ଡି ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ ଲୋଚାପଡା ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଆଜି ମଣ୍ଡଳ ସଭାପତି ଶ୍ରୀ ଚଣ୍ଡି ଚରଣ ସାହୁ ଙ୍କ ପୌରହିତ୍ୟରେ ଶତାଧିକ ଦଳୀୟ କର୍ମୀଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଦି ସରକାର ଙ୍କ ୯ ବର୍ଷ ର ଗରିବ ଙ୍କ ନିମନ୍ତେ ଆସୁଥିବା ବିଭିନ୍ନ ଯୋଜନାର ବିକାଶର ସଫଳତା ସମ୍ପର୍କୀତ ଯୋଜନା ଉପରେ କର୍ମୀ ଙ୍କ ଗହଣ ରେ ଆଲୋକପାତ କରାଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ ଓ ଜନସାଧାରଣ ଉତ୍ସାହ କରିବା ସହ ରାଜ୍ୟ ସରକାରଙ୍କ ଦୈରାଆତ୍ମ୍ୟ କୁ ମୁକାବିଲା ନିମନ୍ତେ ଆଗାମୀ ଦିନ ରେ ଏହା କୁ କିପରି ମୁକାବିଲା କରିବା ସହ ଦଳକୁ କିପରି ମଜବୁତ କରାଯାଇପାରିବ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ସରୋଜ ସାବତ, ଗଙ୍ଗାଧର ଶତପଥି, ରାଜେଶ ସାହୁ, ବାଳକୃଷ୍ଣ ସାମନ୍ତରାୟ,ରାଜିବ ମିଶ୍ର,ପ୍ରଭାତ ଷଡ଼ଙ୍ଗୀ ,ଡା.ସୁବାଷ ସାହୁ,ମହନ୍ତ ଚିନ୍ମୟାନନ୍ଧ ମହାରାଜ, ଲୋଚାପଡା ସରପଞ୍ଚ ମୋହନ ଦାସ,ବୋରିଗାଁ ସରପଞ୍ଚ ପ୍ରତିନିଧି ବାବୁଲା ସାହୁ,ସମିତିସଭ୍ୟ ସନ୍ତୋଷ ସାହୁ, ଗୁରୁଣ୍ଠି ସମିତିସଭ୍ୟ ପ୍ରତିନିଧି କେ ଚନ୍ଦ୍ରଶେଖର ଦାସ, ସନ୍ତୋଷ ସାହୁ,ଗଣେଶ ବେହେରା ସମେତ ୫ଟି ଆଖି ପାଖ ଗ୍ରାମର ନେତା କର୍ମୀ ଓ ବହୁ ଲୋକଙ୍କ ଏହି ଗରିବ କଲ୍ୟାଣ ସମାବେଶ ରେ ଯୋଗଦେଇ ଆଗାମୀ ଦିନ ରେ ବିଜେପି ଦଳର ହାତ ମୁଠା କୁ ଟାଣ କରିବାକୁ ନିଷ୍ପତି ନେଇଥିଲେ l

Advertisement