Wednesday, October 21, 2026
ADVERTISEMENT
Home ଆଞ୍ଚଳିକ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୭୪ତମ ବନ ମହୋଉତ୍ସବ ପାଳିତ l

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୭୪ତମ ବନ ମହୋଉତ୍ସବ ପାଳିତ l

125
ADVERTISEMENT

କୁକୁଡାଖଣ୍ଡି,୧୩/୭(ଇ ରଞ୍ଜନ):-କୁକୁଡାଖଣ୍ଡି(ଏନଏନଏସ) କୁକୁଡାଖଣ୍ଡି ବ୍ଲକ ମସିହାଖାଲି ପଂଚାୟତ କୃପାସିନ୍ଧୁପୁର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଆଜି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ସ୍ୱାଇଁଙ୍କ ତତ୍ୱାବଧାନରେ ବିଦ୍ୟାଳୟକୁ ଆସୁଥିବା ଇକୋ କ୍ଳବ ତରଫରୁ ବିଦ୍ୟାଳୟ ପରିସରରେ ବ୍ରହ୍ମପୁର ଉପ ଖଣ୍ଡ ବନ ବିଭାଗ ଆନୁକୂଲ୍ୟରେ ୭୪ତମ ବନ ମହୋଉତ୍ସବ ପାଳିତ ହୋଇଯାଇଛି l ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧ,ଚନ୍ଦନ, ଓ ଫଳ,ଅମ୍ଳଜାନ ପ୍ରଧାନ କରୁଥିବା ଚାରା ରୋପଣ କରାଯାଇଥିଲା l ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଗଛର ମହତ୍ୱ ଉପରେ ଉପସ୍ଥିତ ଅତିଥି ମାନେ ପିଲା ମାନଙ୍କୁ ଉପକାରିତା ଉପରେ ସଚେତନତା ସୃଷ୍ଟି କରିଥିଲେ l ସମାଜ ରେ ବଞ୍ଚିବା କୁ ହେଲେ ଆମ ଚତୁପାର୍ଶ୍ୱ ରେ ଗଛ ରହିବା ନିତ୍ୟାନ୍ତ ଆବଶ୍ୟକତା ରହିଛି ମଣିଷ ଯେପରି ଛୋଟ ଜନ୍ମିତ ଶିଶୁକୁ ଛୋଟ ରୁ ବଡ଼ କରିଥାଏ ସେହିପରି ଗଛ କୁ ମଧ୍ୟ ଚାରା ରୁ ଗଛ ହେବା ପର୍ଯ୍ୟନ୍ତ ଆମେ ଦାୟିତ୍ୱ ନେଇ ବଡ଼ କରିବା ନେଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥ କରାଇଥିଲେ ମୁଖ୍ୟଅତିଥି ମସିହାଖାଲି ସରପଞ୍ଚ କେ.ବୁଲୁ l ଏଥିରେ ମସିହାଖାଲି ପୂର୍ବତନ ସମିତିସଭ୍ୟ ନରସିଂହ ସାହୁ ମଧ୍ୟ ଗଛ ର ଉପକାରିତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଗଛର ଉପକାରିତା ଉପରେ ସଚେତନତା ସୃଷ୍ଟି କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ବ୍ରହ୍ମପୁର ପୂର୍ବତନ କର୍ପୋରେଟର ଅନିଲ ନାୟକ, ଫୋରେଷ୍ଟର ବାବୁ ସେଠୀ, ଫୋରେଷ୍ଟର ପ୍ରମିଳା ସାବତ, ଅବସରପ୍ରାପ୍ତ ଫୋରେଷ୍ଟର ରମେଶ ଚନ୍ଦ୍ର ମିଶ୍ର, ମୁନି ପ୍ରସାଦ ପାଢ଼ୀ, ନଗେଶ କୁମାର ପାତ୍ର, ଫୋରେଷ୍ଟ ଗାର୍ଡ ନୀଳମାଧବ ଜେନା, ବିଦ୍ୟାଳୟର ସମସ୍ତ ଶିକ୍ଷକ ସାଇ ବିଭୁତି ବେହେରା, ଉର୍ମିଳା କୁମାରୀ କାର୍ଜୀ, ସନ୍ଧ୍ୟା ରାଣୀ ରଣା, ଦୀପ୍ତି ରାଣୀ ନାୟକ, ମନୋଜ କୁମାର ଦଳାଇ, ହର ପ୍ରସାଦ ବିଶୋଇ,ସରିତା କୁମାରୀ ନାୟକ, ବିଦ୍ୟାଳୟର କିରାଣୀ ସଚ୍ଚିତାନନ୍ଦ ସାହୁ,କଦାମିନୀ ନାୟକ, ସଦାନନ୍ଦ ପ୍ରଧାନ ସମେତ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l

Advertisement