Wednesday, October 21, 2026
ADVERTISEMENT
Home ଆଞ୍ଚଳିକ ସୁମଣ୍ଡଳଠାରେ ପୂର୍ବତନ ବିଧାୟିକା ଶ୍ରୀମତୀ ସୁଜ୍ଞାନ କୁମାରି ଦେଓଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।

ସୁମଣ୍ଡଳଠାରେ ପୂର୍ବତନ ବିଧାୟିକା ଶ୍ରୀମତୀ ସୁଜ୍ଞାନ କୁମାରି ଦେଓଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।

126
ADVERTISEMENT

କୋଦଳା,୧୩/୭(ସୂର୍ଯ୍ୟ ନାରାୟଣ ବଡୁ):-ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓ ଙ୍କ ୮୬ତମ ଜନ୍ମ ଦିବସ ଅବସର ରେ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଙ୍କ ତତ୍ବାବଧାନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି !ଆୟୋଜିତ ରକ୍ତଦାନ ଶିବିରକୁ ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ତଥା ପୂର୍ବତନ ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।୪୬ ନଂ ଯୋନ୍ ର ସମସ୍ତ ପଞ୍ଚାୟତକୁ ନେଇ ଉକ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।ଏଥିରେ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼ , ଉପାଧ୍ୟକ୍ଷ୍ୟ ସୁଧାକର ପ୍ରଧାନ, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ଛାତ୍ର ବିଜେଡି ସଭାପତି କାହ୍ନୁ ଚରଣ ପଣ୍ଡା,ଯୁବ ବିଜେଡି ସଭାପତି ଶତିଶ ରଞ୍ଜନ ତାରିଣୀ,ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ , କଲ୍ୟାଣୀ ପାତ୍ର ,୪୬ନମ୍ବର ଜିଲ୍ଲାପରିଷଦ ପ୍ରତିନିଧି ସୁଷାନ୍ତ କୁମାର ସ୍ବାଇଁଙ୍କ ସମେତ ବହୁ ସରପଞ୍ଚ ସିମିତିସଭ୍ୟ ଯୋଗଦେଇଥିବା ବେଳେ ବହୁ ସଂଖ୍ୟାରେ ରକ୍ତଦାତା ଉପସ୍ଥିତ ଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତା ଉପସ୍ଥିତ ରକ୍ତ ସଂଗ୍ରହ କରିଥିଲେ। ମୋଟ ୨୪୪ ୟୁନିଟ ରକ୍ତ ସଂଗ୍ରହ ହୋଈ ଥିଲା ! ବିଧାୟିକା ରକ୍ତ ଦାତାଙ୍କୁ ମାନପତ୍ର ପ୍ରଦାନ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ !

Advertisement