ରେଞ୍ଜର ବଙ୍ଗଳା ସାହିରେ ବୋମା ବିସ୍ଫୋରଣ,ଜଣେ ଆହତ,ମୁଖ୍ୟ ଅଭିଯୁକ୍ତ ଗିରଫ, ଅଫୁଟା ବୋମା ଓ ଖଣ୍ଡା ଜବତ l

109
ADVERTISEMENT

କୋଦଳା,୧୩/୭(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ୨ ନମ୍ବର ୱାର୍ଡ ଅନ୍ତର୍ଗତ ରେଞ୍ଜର ବଂଗଳା ସାହିରେ ରବିବାର ଦିନ ୧୨ ଘଣ୍ଟା ସମୟରେ ଲାଗ ଲାଗ ବୋମା ବିସ୍ଫୋରଣ ଘଟିଥିବା ବେଳେ ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତକୁ ଆଜି କୋଦଳା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ରବିବାର ମଧ୍ୟାହ୍ନ ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଁ ଫାସୁଲା ଗ୍ରାମର ୩୦ ବର୍ଷୀୟ ଅଭିଯୁକ୍ତ ସୀତାରାମ ରାଉଳ ଓରଫ ଜଗା ରାଉଳ କୋଦଳା ରେଞ୍ଜର ବଙ୍ଗଳା ସାହିରେ ଜଣେ ପରିବାର କୁ ବିଭିନ୍ନ ଧମକ ଚମକ ଦେବା ସହ ଘର ଭିତର କୁ ଏକାଧିକ ବୋମା ବିଷ୍ଫୋରଣ ଘଟାଇ ଜଣକୁ ଆହତ କରି ଫେରାର ହୋଇଯାଇଥିବା ବେଳେ ଥିବା, ସଙ୍ଗେ ସଙ୍ଗେ କୋଦଳା ପୋଲିସ ର ତତ୍ପରତା ବଢିଯାଇଥିଲା । କିଛି ଘଣ୍ଟାର ବ୍ୟବଧାନ ରେ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ଦ୍ୱାରା ଗଠିତ ପୋଲିସ ଟିମ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ, ଅଭିଯୁକ୍ତ ଠାରୁ ୫ ଗୋଟି ଜୀବନ୍ତ ବୋମା ଓ ଗୋଟିଏ ଭୁଜାଲି ଜବତ କରିବାରେ ସଫଳ ହୋଇଥିଲେ ! ଅଭିଯୁକ୍ତଙ୍କ ନାମରେ ୨୦୧୩,୨୦୨୧,୨୦୨୨ ରେ ଖଲ୍ଲିକୋଟ ଅଞ୍ଚଳରେ ମଧ୍ୟ ବିଭିନ୍ନ ଅପରାଧିକ ଘଟଣା ଯଥା ହତ୍ୟା, ବୋମା ବିସ୍ପୋରଣ, ରାହାଜାନି,ଡକାୟତ ଓ ଚୋରି ଉଦ୍ୟମ ଭଳି ସଂଗୀନ ଅପରାଧିକ ମାମଲା ଅଛି ବୋଲି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି। ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l

Advertisement