ବେଗୁନିଆପଡା ବ୍ଲକରେ ମିଶନ ଶକ୍ତି କାର୍ଯ୍ୟକ୍ରମର ସମୀକ୍ଷା କଲେ ରାଜ୍ୟ ଉପଦେଷ୍ଟା।

144
ADVERTISEMENT

କୋଦଳା,o୬/୭(ସୂର୍ଯ୍ୟ ନାରାୟଣ ବଡୁ):-ବେଗୁନିଆପଡା ବ୍ଲକ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ମହିଳା ସଶସ୍ତି କରଣ ଉପରେ ନେଇଥିବା ପଦକ୍ଷପ ଗୁଡିକ ବିଷୟରେ ଆଲୋଚନା କରିଥିଲେ।ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସ୍ବାବଲମ୍ବି କରିବା ସହିତ ଆର୍ଥିକ,ସାମାଜିକ ଓ ରାଜନୈତୀକ କ୍ଷେତ୍ରରେ ମହିଳା ମାନଙ୍କୁ ଗୁରୁତ୍ବ ଦେବାସହ ଅନେକ ବ୍ୟବସ୍ଥା କରିଛନ୍ତି। ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇ ବିନା ଶୁଧରେ ଋଣ ପ୍ରଦାନ କରାଯାଇ ବିଭିନ୍ନ କର୍ମସଂସ୍ଥାନ ଯୋଗାଇବା ସହ ପରିବାରରେ ଆର୍ଥିକ କ୍ଷେତ୍ରରେ ସ୍ବଛଳତା ଆଣିବାରେ ସହାୟକ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବ୍ୟାଙ୍କରୁ ଋଣ ନେଇ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରିବାସହ ଠିକ୍ ସମୟରେ ଋଣ ପରିସୋଧ କରିବା ଉଚିତ ବୋଲି କହିଥିଲେ। ଉଭୟ ଅତିଥୀ ଙ୍କୁ କଲ୍ୟାଣ ମଣ୍ଡପ ନିକଟରେ ପହଞ୍ଚିବା ବେଳେ ଶତାଧିକ ମହିଳା ଉପଢୌକନ ଦେଇ ସଭା ନିକଟକୁ ପାଛୋଟି ନେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସନ୍ନମ୍ମାନୀତ ଅତିଥୀ ଭାବେ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼,ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାସ୍ବତ କୁମାର ସାହୁ,ମିଶନ ଶକ୍ତି ପରିଚାଳକ ନବିନ ସେନାପତି,ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହି,ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ,କଲ୍ୟାଣୀ ପାତ୍ର ଯୋଗ ଦେଇଥିବା ବେଳେ ବିପିସି ଦିଲ୍ଲିପ କୁମାର ବେହେରା ,ଭାରପ୍ରାପ୍ତ ବିପିଏମ୍ ଜ୍ଞାନ ରଞ୍ଜନ ରାଉତ ,ସଂଯୋଜକ ଦେବରାଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Advertisement