ଦିଗପହଣ୍ଡି ,୧୯/୮(ଏଜେନସି) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ହାଇସ୍କୁଲ ପଡିଆ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ମ୍ଯାଚ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମନାଭପୁର ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି, ଖେଳ ଶିକ୍ଷକ ମନୋଜ କୁମାର ଚୌଧୁରୀ, ସଭାପତି ବସନ୍ତ କୁମାର ନାୟକ, ଯୋଗେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ମ୍ଯାଚରେ ବହୁ ସଂଖ୍ୟାରେ ଖେଳାଳି ମାନେ ଉପସ୍ଥିତ ରହି ଫୁଟବଲ ଖେଳିଥିଲେ ଶେଷରେ ସମସ୍ତ ଖେଳାଳି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ ମଧ୍ୟ କରାଯାଇଥିଲା।

















