ଉତର ଭାରତରେ ଆକସ୍ମିକ ଭାବେ ଆସିିଥିବା ବନ୍ୟାରେ ୨୦ଟି କୋଠା ଓ ୧୮ଜଣ ଲୋକ ଭାସି ଗଲେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି

236
ADVERTISEMENT

ନୂଆଦିଲ୍ଲୀ ,୧୮/୮(ଏଜେନସି): ଉତ୍ତରଭାରତରେ ମୂଷଳଧାରାରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଅନୁସାରେ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି କ୍ରମରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ହିମାଞ୍ଚଳ ସୀମାରେ ବୋହୁ ଥିବା ଟୋନ୍ସ ନଦୀରେ ବନ୍ୟା ଆସିବା ହେତୁ ୨୦ଟି କୋଠା ସମେତ ୧୮ଜଣ ଲୋକ ଭାସି ଯାଇଛନ୍ତି । ଟୋନ୍ସ ନଦୀ ଯମୁନାର ଶାଖା ନଦୀ ଅଟେ। ଯେଉଁ କାରଣରୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ହରିୟାଣା ଓ ଦିଲ୍ଲୀରେ ଯମୁନା ଜଳସ୍ଥର ବୃଦ୍ଧି ପାଇବାର ଆଶଙ୍କା ରହିଛି । ପ୍ରବଳ ବର୍ଷା ହେତୁ ଉତ୍ତରକାଶୀ ଜିଲ୍ଲାର ଅନ୍ୟ ନଦୀରେ ବି ବନ୍ୟା ଆସିଛି। ୩୦ରୁ ୪୦ ମିଟର ନଦୀର ଜଳସ୍ତର ବୃଦ୍ଧି ହୋଇଯାଇଛି। ଟୋନ୍ସ ନଦୀର ଆଖପାଖରେ ରହୁଥିବା ଲୋକମାନଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଛି। ଏନ୍‌ଡିଆର୍‌ଏଫ୍‌ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରଖିଛି। ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ୨୦୧୩ରେ ଆସିଥିବା ବିନାଶକାରୀ ବନ୍ୟା ଦ୍ୱାରା ଉତ୍ତରାଖଣ୍ଡରେ ବ୍ୟାପକ କ୍ଷତି ହେବା ସହିତ ହଜାର ପାଖାପାଖି ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।

Advertisement