
ବ୍ରହ୍ମପୁର,୧୮/୮(ଏଜେନସି) : ଗଞ୍ଜାମ ଜିଲ୍ଲା କାଠ କାରିଗର ସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ଗୋସଁଇନୂଆଗାଁ ଉତ୍ତରେଶ୍ୱେର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଭାଗିରଥି ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚାଉ ପଟନାୟକ ,ପୂର୍ବତନ ବି.ଡି.ଏ. ଅଧକ୍ଷ ସୁବାସ ମହାରଣା ,ବିଜେଡି ମହିଳା ଜିଲ୍ଲା ଅଧ୍ୟକ୍ଷା ସଂଘମିତ୍ରା ଦଳେଇ ପ୍ରମୁଖ ଅତିଥି ଯୋଗଦାନ କରିଛନ୍ତି । ଏହି ଅବସରରେ ସଙ୍ଘର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଓ ସଙ୍ଘର ସମସ୍ୟା ଦୂରୀକରଣ ପାଇଁ ସଙ୍ଘ ପକ୍ଷରୁ ବିଧାୟକ ଓ ସାଂସଦଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଙ୍ଘ ପକ୍ଷରୁ ବାଲୁକା ଶିଳ୍ପୀ ସତ୍ୟ ମହାରଣା ଓ କଣ୍ଠ ଶିଳ୍ପୀ ସୋନୁଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିବା ବେଳେ ସଂଘ ପକ୍ଷରୁ ସାମ୍ବାଦିକ ସୂଦୀପ ସାହୁ, ସତ୍ୟ ପରିଡା ,ସୁବ୍ରମଣ୍ୟମ ସ୍ୱାମୀ ,ଆମର ଦାସ ଓ ଗୋପାଳ ରେଡ଼ିଙ୍କୁ ସମ୍ଵର୍ଧ୍ଵନା ପ୍ରଦାନ କରଯାଇଥିଲା ।

















