କୋଦଳା,୧୮/୮(ଏଜେନସି) : ଗଂଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ଯାଦେଶ ବଣ୍ଟନ କରାଯାଇଛି । ଶନିବାର ଏନ୍.ଏ.ସି କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟାଦେଶ ବଣ୍ଟନ ମେଳାରେ ଏହି କାର୍ଯ୍ୟାଦେଶ ଦିଆଯାଇଛି । ଆସିକା ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ହିତାଧିକାରୀଙ୍କୁ କାର୍ଯ୍ଯାଦେଶ ବଣ୍ଟନ କରିଥିଲେ। ମୋଟ ୧୧୩ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରି ପକ୍କା ଘର ତିଆରି କରିବା ପାଇଁ ଅନୁମତି ପତ୍ର ଦିଆଯାଇଛି । ୧୨୦ ଦିନ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ଯ ସମାପ୍ତ କଲେ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ବୋନସ ଏବଂ ୧୮୦ ଦିନ ମଧ୍ୟରେ ସମାପ୍ତ କଲେ ଅତିରିକ୍ତ ୧୦ ହଜାର ଟଙ୍କା ବୋନସ ଦିଆଯିବ ବୋଲି କୁହାଯାଇଛି।କୌଣସି ସରକାରୀ କିମ୍ବା ବେସରକାରୀ ବ୍ଯକ୍ତି ଏଥିପାଇଁ ଉତ୍କୋଚ ମାଗିଲେ ନ ଦେବାକୁ ବିଧାୟିକା ହିତାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

















