ଜଗଦଳପୁର ଡାକ ସେବାରେ ବ୍ୟାପକ ଅନିୟମିତତା

536
ADVERTISEMENT

କୁକୁଡାଖଣ୍ଡି,୧୮/୮.(ଇ. ରଞ୍ଜନ): ଜଗଦଳପୁର ଉପ ଡାକଘର ଉପରେ ପାଞ୍ଚ ହଜାରରୁ ଅଧିକ ବ୍ୟକ୍ତି ନିର୍ଭର ହେଉଥିବା ବେଳେ ସମ୍ପ୍ରତି ଡାକ ସେବା ଗୁରତର ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି । ଯାହାଫଳରେ ସ୍ପୀଡ଼ପୋଷ୍ଟ ଓ ରେଜିଷ୍ଟ୍ରି ଚିଠି ତା ସହ ସାଧାରଣ ଡାକ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ବାରମ୍ବାର ଅଭିଯୋଗ ହୋଇଛି । ହେଲେ ମଧ୍ୟ କାର୍ତ୍ୟୁପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ନେଇ ଡାକ ବିଭାଗ ସ୍ୱଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । କାର୍ତ୍ୟୁପକ୍ଷଙ୍କ ଉଦାସୀନତାର ସୁଯୋଗରେ ସମ୍ପୃକ୍ତ ପୋଷ୍ଟମ୍ୟାନ ଗ୍ରାହକ ମାନଙ୍କୁ ଡାକଘରକୁ ଫୋନ ଯୋଗେ ଡ଼କାଇ ଡାକ ଦେଉଥିବା ବେଳେ ଅତ୍ୟଧିକ ଡାକ ବାଂଟୁନଥିବା ଯୋଗୁଁ ସାଧରଣରେ ଅସନ୍ତୋଷ ଦେଖାଦେଉଛି ।

Advertisement