
କୋଦଳା,୧୬/୮ (ଏଜେନସି ): ଆଜି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ କାର୍ଯ୍ୟାଳୟ ତରଫରୁ ନିକଟରେ ଥିବା ପଡ଼ିଆରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ତତ୍ ସହିତ ବେଗୁନିଆପଡା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ସ୍ବାଧୀନତା ଦିବସ ପାଳନ ହେବା ସହ ପିଲାମାନେ ଗ୍ରାମ ପରିକ୍ରମା କରି ସ୍ଲୋଗାନ ଦେଇଥିଲେ । ଏଥି ମଧ୍ୟରେ ତହସିଲ ଅଫିସ ନିକଟରେ ଆୟୋଜିତ ହୋଇଥିବା କାଯ୍ୟକ୍ରମରେ ତହସିଲଦାର ପ୍ରଭାତ କୁମାର ପରିଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ,ଜେଲ ସୁପରିଟେଣ୍ଡ ବିବେନ୍ଦୁ ଭୂୟାଁ, ଅତିରିକ୍ତ ଜେଲ ସୁପରିଟେଣ୍ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଫାୟାର ଅଫିସର ସୂର୍ଯ୍ୟ କୁମାର ହେମ୍ବ୍ରମ ଏବଂ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଗଣ ଉପସ୍ଥିତ ଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଆମନ୍ତ୍ରିତ ଅତିଥି ମାନେ ପୁରସ୍କୃତ ପ୍ରଦାନ କରିଥିଲେ।


















