Wednesday, August 19, 2026
ADVERTISEMENT
Home ରାଜ୍ୟ ଯକ୍ଷ୍ମା ସଚେତନ ପାଇଁ ସାଇକେଲ୍‌ରେ ୧୧ହଜାର କିଲୋମିଟର କରିବେ ଯାତ୍ରା

ଯକ୍ଷ୍ମା ସଚେତନ ପାଇଁ ସାଇକେଲ୍‌ରେ ୧୧ହଜାର କିଲୋମିଟର କରିବେ ଯାତ୍ରା

349
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍): ଦେଶରେ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତା ପାଇଁ ନିଆରା ଢଙ୍ଗରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି ଭଦ୍ରକ ଜିଲ୍ଲା ବିଦ୍ୟାଧରପୁର କାଳିମେଘା ଗ୍ରାମର ତ୍ରିଲୋଚନ ମହାଳିକ। ମାର୍ଚ ୨୪ରୁ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ୨୫୧ଦିନ ସେ ୧୧ହଜାର କିଲୋମିଟର ସାଇକେଲ୍‌ରେ ଯାତ୍ରା କରିବା ସହ ୨୦ଟି ରାଜ୍ୟ ପ୍ରରିଭ୍ରମଣ କରିବେ। ଏନେଇ ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ରସୁଲଗଡ଼ ଛକ ନିକଟରେ ରୋଟାରି କ୍ଲବ ଭୁବନେଶ୍ୱର କ୍ୟାପିଟାଲ୍‌ର ସଭାପତି ଓ ସଭ୍ୟମାନଙ୍କ ଦ୍ବାରା ସମ୍ବର୍ଧିତ କରାଯାଇଥିଲା। ରୋଟାରି କ୍ଲବ୍‌ ତୋଷାଳି, ରୋଟାରି କ୍ଲବ ହେରିଟେଜ୍, ରୋଟାରି କ୍ଲବ୍‌ ଉତ୍ତର, ରୋଟାରି କ୍ଲବ୍‌ ଏଲଇଟି, ରୋଟାରି କ୍ଲବ୍‌ ଇନ୍‌ଫୋସିଟି, ରୋଟାରି କ୍ଲବ୍‌ ରୟାଲ୍‌ର ସଭାପତି ଓ ସଭ୍ୟମାନେ ତ୍ରିଲୋଚନଙ୍କର ଏହି ଅଭିଯାନ ପାଇଁ ତାଙ୍କୁ ସ୍ବାଗତ କରିବା ସହ ଉତ୍ସାହିତ କରିଥିଲେ। ଏସ୍‌ପ୍ଲାନେଡ୍‌ ନିକଟରେ ଏକ ସମ୍ବର୍ଧନା ପର୍ବରେ ତାଙ୍କୁ ସମ୍ବର୍ଧିତ କରାଯାଇଥିଲା।

Advertisement