ମା ମହାଲକ୍ଷ୍ମୀ ଏସଏସ ଜି ଗୃପ ତରଫରୁ ସ୍ୱାଧୀନତା ଦିବସ ପାଳନ

261
ADVERTISEMENT

ସାନଖେମୁଣ୍ଡି ,୧୬/୮ (ଏଜେନସି ): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ପଞ୍ଚାୟତରେ ମା ମହାଲକ୍ଷ୍ମୀ ଏସ.ଏସ ଜି ଗୃପ ତରଫରୁ ସ୍ୱାଧୀନତା ଦିବସ ପାଳନ। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଚେୟାରମେନ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସ୍ଵାଇଁ ଯୋଗ ଦେଇଥିଲେ। ଏସ.ଏସ.ଜି ଗୃପର ସଭାନେତ୍ରୀ ଜି. ଝିଲ୍ଲୀ ରେଡି ପତାକା ଉତୋଳନ କରିଥିଲେ। ସେହିପରି ଆମେ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନିଜକୁ ଭ୍ରଷ୍ଟାଚାର ମୁକ୍ତ ଦୁର୍ନୀତି ମୁକ୍ତ ମାନବବାଦୀ ସଚ୍ଚା ଦେଶଭକ୍ତଟିଏ ହେବାକୁ ହେବ ବୋଲି ଜାତୀୟପତାକା ତଳେ ସପଥ ନେବାକୁ ନିଜର ବକ୍ତବ୍ୟ ରଖିଥିଲେ। ଏଥି ସହ ଏସଏସ ଜି ଗୃପର ସମସ୍ତ ସଦସ୍ୟ ତଥା ଅନ୍ତର୍ଯ୍ୟାମୀ ସ୍ୱାଇଁ, ଏ ଜଗନ୍ନାଥ ପାତ୍ର, ଏସ.ପ୍ରଶାନ୍ତ ରେଡି, ପି.ବାବୁରାଓ ରେଡି, ସହଦେଵ ରେଡି, ହରିବନ୍ଧୁ ରେଡି, ଶ୍ରୀହରି ରେଡି ଉପସ୍ଥିତ ଥିଲେ। ପତାକା ଉତୋଳନ କାର୍ଯ୍ୟକ୍ରମ ସରିବା ପରେ ପାଖରେ ଥିବା ମେଡିକାଲକୁ ଯାଇ ଫଳ ଓ ମିଷ୍ଟା ବଣ୍ଟନ କରିଥିଲେ। ଏହି ଏସଏସ ଜି ଗୃପର ସଦସ୍ୟ ମାନେ ସାନଖେମୁଣ୍ଡି ଅଞ୍ଚଳରେ ଜନସେବା କରିବା ପାଇଁ ତତ୍ପର ଥାନ୍ତି। ଏହି ଏସଏସ ଜି ଗୃପ ମହିଳାମାନଙ୍କୁ ଆର୍ଥିକ ସମ୍ବଳର ସହଯୋଗ କରିବା ପାଇଁ ଚେଷ୍ଟା କରିଥାନ୍ତି।

Advertisement